କାରଗିଲ୍‌ ଯୁଦ୍ଧ ଭୋକିଲା ଲଢ଼ିଥିଲେ ପାକିସ୍ତାନୀ ସୈନ୍ୟ: ନଓ୍ବାଜ ଶରିଫ୍‌

ଲଣ୍ଡନ, ୨୬।୧୦: ଭାରତ ପାକିସ୍ତାନ ମଧ୍ୟରେ ୧୯୯୯ରେ ହୋଇଥିବା କାରଗିଲ୍‌ ଯୁଦ୍ଧ ସମ୍ପର୍କରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ସମୟରେ ପାକିସ୍ତାନୀ ସୈନ୍ୟଙ୍କ ପାଖରେ ଖାଇବାକୁ ଖାଦ୍ୟର ଅଭାବ ଥିଲା। ସେମାନେ ଭୋକିଲା ଯୁଦ୍ଧ ଲଢ଼ିଥିଲେ ବୋଲି ନଓ୍ବାଜ କହିଛନ୍ତି। କାରଗିଲ୍‌ ଯୁଦ୍ଧରେ ସୈନ୍ୟ ବାହିନୀର କୌଣସି ଦୋଷ ନ ଥିଲା। ଏହି ଯୁଦ୍ଧର ଆରମ୍ଭ କେତେକ ଜେନେରାଲ ଜାଣିଶୁଣି କରିଥିବା ସେ ଅଭିଯୋଗ କରିଛନ୍ତି। ଲଣ୍ଡନରେ ପାକିସ୍ତାନ ଡେମୋକ୍ରାଟିକ୍‌ ମୁଭମେଣ୍ଟ୍‌ର ତୃତୀୟ ରାଲିରେ ସେ ଏହା ପ୍ରକାଶ କରିଛନ୍ତି। ପାକିସ୍ତାନୀ ସୈନ୍ୟଙ୍କୁ ବିନା ଖାଦ୍ୟ ଏବଂ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଲଢ଼ିବାକୁ ପଠାଇ ଦିଆଯାଇଥିଲା। ଏହା ପଛରେ ଜେନେରାଲ ପରଭେଜ୍‌ ମୁଶାରଫ୍‌ଙ୍କ ହାତ ଥିଲା ବୋଲି ସେ କହିଛନ୍ତି। ୧୯୯୯ ଅକ୍ଟୋବର ୧୨ରେ ସେ କ୍ଷମତା ଦଖଲ କରିବା ସହିତ ଦେଶରେ ମାର୍ଶାଲ ଆଇନ ଲାଗୁକରିଥିବା ନେଇ ନଓ୍ବାଜ୍‌ ଅଭିଯୋଗ କରିଛନ୍ତି।

Share