ପାକିସ୍ତାନୀ ସେନା-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ …

ଇସଲାମବାଦ,୬।୪ : ଖାଇବର ପସ୍ତୁନଖ୍ବା ପ୍ରଦେଶରେ ଆତଙ୍କବାଦୀ ଲୁଚି ରହିଥିବା ଅଞ୍ଚଳରେ ରାତାରାତି ପାକିସ୍ତାନୀ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ଆଠ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିରେ ଜଣେ ସୈନିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ସେନାର ଗଣମାଧ୍ୟମ ଆଇଏସପିଆର (ଆନ୍ତଃ ସେବା ଜନସମ୍ପର୍କ) ଏକ ବିବୃତ୍ତିରେ କହିଛି ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ଗୁପ୍ତଚର ସୂଚନା ଆଧାରରେ ହୋଇଥିବା ଅପରେଶନରେ ପ୍ରଥମେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଏହାର ଉତ୍ତରରେ ସୈନ୍ୟମାନେ ପାଲଟା ଗୁଳୀ ଚାଳନା କରିଥିଲେ। ଆତଙ୍କବାଦୀ କମାଣ୍ଡର ଜନ ମହମ୍ମଦ ଛଦ୍ମନାମ ଚାର୍ଜଙ୍କ ସମେତ ଆଠ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ମୃତକମାନେ କେଉଁ ଆତଙ୍କବାଦୀ ଗୋଷ୍ଠୀର ତାହା ଚିହ୍ନଟ ହୋଇ ନାହିଁ।

ସୂଚନାଯୋଗ୍ୟ, ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇବା ପରେ ସରକାର ଏହା ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଖାଇବର ପାସ୍ତୁନଖ୍ବା ପ୍ରଦେଶରେ ୧,୯୫୦ ଅପରେଶନ କରାଯାଇଛି।

Share