ଖାଇବର ପସ୍ତୁନ ଖ୍ବାରେ ପାକିସ୍ତାନୀ ସୈନ୍ୟଙ୍କ ସର୍ଚ୍ଚ ଅପରେଶନ: ୭ ଟିଟିପି ଆତଙ୍କବାଦୀ ମୃତ…

ଇସଲାମାବାଦ,୧୪।୨ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ସୈନ୍ୟ ବାହିନୀ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଇତିମଧ୍ୟରେ ଏନକାଉଣ୍ଟରରେ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି)ର ୭ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୂଚନାନୁସାରେ, ମୃତକଙ୍କ ମଧ୍ୟରେ ର ତିନି ଜଣ ଅଣ୍ଡର-ଟ୍ରାଏଲ କଏଦୀ ମଧ୍ୟ ଅଛନ୍ତି।

ଆତଙ୍କବାଦ ନିରୋଧୀ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ସୁରକ୍ଷା ବାହିନୀ ନିଷିଦ୍ଧ ଆତଙ୍କବାଦୀ ସଂଗଠନର ଗିରଫ ଆତଙ୍କବାଦୀଙ୍କୁ ବାନୁ ଜିଲାକୁ ସ୍ଥାନାନ୍ତର କରୁଥିଲେ। ଏହି ସମୟରେ ଟିଟିପି ଆତଙ୍କବାଦୀମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାର ଜବାବରେ ସୈନ୍ୟ ବାହିନୀ ପାଲଟାର ଆକ୍ରମଣ କରିଥିଲେ। ୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା ଏବଂ ଅନ୍ୟମାନେ ପଳାଇ ଯାଇଥିଲେ।

Share