Categories: ଜାତୀୟ

ଭାରତରେ କାମ କରିପାରିବେ ପାକିସ୍ତାନ କଳାକାର, ପ୍ରତିବନ୍ଧକ ଲାଗୁ କରିବା ଛୋଟ ଚିନ୍ତାଧାରା: ସୁପ୍ରିମ୍‌କୋର୍ଟଙ୍କ ତିରସ୍କାର…

ନୂଆଦିଲ୍ଲୀ,୨୮।୧୧ : ବମ୍ବେ ହାଇକୋର୍ଟ ପରେ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମଧ୍ୟ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି। ଅଦାଲତରେ ଦାଖଲ ହୋଇଥିବା ପିଟିଶନରେ ଆବେଦନ କରାଯାଇଥିଲା ପାକିସ୍ତାନୀ କଳାକାରମାନଙ୍କୁ ଭାରତରେ ଅଭିନୟ କିମ୍ବା କାର୍ଯ୍ୟ କରିବାକୁ ଅନୁମତି ଦିଆ ନ ଯାଉ। କଳାକାରଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ମାଗିଥିବା ଏକ ଆବେଦନକୁ ଖାରଜ କରି କୋର୍ଟ ଏନେଇ ତିରସ୍କାର କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କହିଛନ୍ତି ଜଣେ ଏତେ ସଂକୀର୍ଣ୍ଣ ମନୋଭାବ ପୋଷଣ କରିବା ଉଚିତ ନୁହେଁ।

ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ.ଭି.ଏନ ଭଟ୍ଟୀଙ୍କ ଏକ ଖଣ୍ଡପୀଠ ଫୈଜ ଅନୱାର କୁରେଶିଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ବେଞ୍ଚ କହିଛନ୍ତି ଆମେ ବମ୍ବେ ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାକୁ ଚାହୁଁନାହିଁ। ସୂଚନା ଅନୁଯାୟୀ, ଫୈଜ ଅନୱାର କୁରେଶି ଜଣେ ସିନେ କାର୍ଯ୍ୟକର୍ତ୍ତା ତଥା କଳାକାର ବୋଲି ଦାବି କରିଛନ୍ତି। କୋର୍ଟ କୁରେସିଙ୍କୁ କହିଛନ୍ତି ଆପଣ ଏହି ଆବେଦନ ଉପରେ ବାରମ୍ବାର ଜିଦ କରିବା ଉଚିତ ନୁହେଁ। ତୁମେ ଏତେ ଛୋଟ ଚିନ୍ତାଧାରା ହେବା ଉଚିତ ନୁହେଁ। ଆବେଦନକାରୀଙ୍କ ବିରୋଧରେ ହାଇକୋର୍ଟ ଦେଇଥିବା କିଛି ପର୍ଯ୍ୟବେକ୍ଷଣକୁ ବିଲୋପ କରିବାକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମନା କରି ଦେଇଛନ୍ତି।

ଏହାପୂର୍ବରୁ ବମ୍ବେ ହାଇକୋର୍ଟ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ କରାଯାଇଥିବା ଦାବିକୁ ଖାରତ କରିଥିଲେ। ଦେଶପ୍ରେମର ଅଭିବ୍ୟକ୍ତି ଉପରେ କୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ହାଇକୋର୍ଟ କହିଥିଲେ ଦେଶପ୍ରେମୀ ହେବା ପାଇଁ ବିଦେଶରୁ ବିଶେଷ କରି ପଡୋଶୀ ଦେଶରୁ ଆସୁଥିବା ଲୋକ କିମ୍ବା କଳାକାରଙ୍କ ପ୍ରତି ଶତ୍ରୁତା କରିବାର ଆବଶ୍ୟକତା ନାହିଁ।

Share