ମୁମ୍ବାଇ: ବଲିଉଡରେ ଅନେକ ପାକିସ୍ତାନୀ କଳାକାର ନିଜର ଅଭିନୟର ଦମ୍ ଦେଖାଇଛନ୍ତି। ହେଲେ ୨୦୧୬ରେ ହୋଇଥିବା ଉରି ଆକ୍ରମଣ ପରେ ପଡୋଶୀ ଦେଶର କଳାକାରଙ୍କୁ ଭାରତରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଥିଲା। ହେଲେ ଏବେ ବମ୍ବେ ହାଇକୋର୍ଟ ଏହି ପ୍ରତିବନ୍ଧକ ହଟାଇଛନ୍ତି। କଳାକାରମାନେ ଏବେ ଭାରତରେ କାମ କରିପାରିବେ ବୋଲି କୋର୍ଟ କହିଛନ୍ତି।
ଭାରତ ସରକାର ଅନ୍ତରାଷ୍ଟ୍ରୀୟ ଶାନ୍ତି ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ସକରାତ୍ମକ ପଦକ୍ଷେପ ଉଠାଇ ଆସୁଛନ୍ତି। ଯଦି କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ଏହି ପଦକ୍ଷେପ ଉପରେ ପ୍ରଭାବ ପକାଇବ। ଦେଶଭକ୍ତି ଲାଗି ବିଦେଶୀମାନଙ୍କ ପ୍ରତି ଆକ୍ରୋଶ ଦେଖାଇବାର ଆବଶ୍ୟକତା ନାହିଁ। ଯେଉଁମାନେ ନିସ୍ବାର୍ଥ ସେମାନେ ହିଁ ଦେଶ ପ୍ରତି ସମର୍ପିତ ହୋଇଥାନ୍ତି ବୋଲି ହାଇକୋର୍ଟ କହିଛନ୍ତି।