Categories: ଜାତୀୟ

ରାମ ମନ୍ଦିର ଉଦଘାଟନୀ ଉତ୍ସବ ରାମଲୀଳାରେ ଅଭିନୟ କରିବେ ପାକିସ୍ତାନୀ କଳାକାର…

ଅଯୋଧ୍ୟା,୩୦।୧୧ : ମନ୍ଦିରର ଉଦଘାଟନୀ ଉତ୍ସବ ଜାନୁୟାରୀ ୨୦୨୪ରେ ପାଳନ ହେବ। ଏହି ଅବସରରେ ଚଳଚ୍ଚିତ୍ର କଳାକାରଙ୍କୁ ରାମଲୀଳାରେ ଏଥର ଏକ ନୂଆ ରଙ୍ଗରେ ଦେଖିବାକୁ ମିଳିବ। ଏଥିରେ ପାକିସ୍ତାନ ସମେତ ୧୪ ଟି ଦେଶର କଳାକାରମାନେ ରାମଙ୍କ କାହାଣୀକୁ ଜୀବନ୍ତ କରୁଥିବା ଦେଖିବାକୁ ମିଳିବ। ଜାନୁଆରୀରେ ମଧ୍ୟ ରାମଲିଲା ଫିଲ୍ମର ଆୟୋଜନ କରାଯିବ। ୧୭ ରୁ ୨୨ ଜାନୁୟାରୀ ପର୍ଯ୍ୟନ୍ତ ସରଯୂ କୂଳରେ ଅବସ୍ଥିତ ରାମକଥା ପାର୍କରେ ରାମଲୀଳା ମଞ୍ଚସ୍ଥ ହେବ।

ରାମଲୀଳା କମିଟିର ଅଧ୍ୟକ୍ଷ ସୁଭାଷ ମଲିକ କହିଛନ୍ତି ପ୍ରଥମ ଥର ପାଇଁ ଚଳଚ୍ଚିତ୍ର କଳାକାରଙ୍କ ସହ ବିଦେଶୀ କଳାକାରମାନେ ମଧ୍ୟ ରାମଲୀଳାରେ ନଜର ଆସିବେ। ରୁଷିଆ, ମାଲେସିଆ, ଆମେରିକା, ଲଣ୍ଡନ, ଦୁବାଇ, ଇସ୍ରାଏଲ, ଆଫଗାନିସ୍ତାନ, ଜାପାନ, ଚାଇନା, ଜର୍ମାନୀ, ଆମେରିକା, ଥାଇଲାଣ୍ଡ, ଇଣ୍ଡୋନେସିଆ, ବାଂଲାଦେଶ ଏବଂ ପାକିସ୍ଥାନର କଳାକାରମାନେ ଅଯୋଧ୍ୟା ରାମଲୀଳାରେ ଅଭିନୟ କରିବେ।

ଏହା ପ୍ରଥମ ଥର ହେବ ଯେତେବେଳେ ଅନେକ ଦେଶର କଳାକାରମାନେ ଫିଲ୍ମ କଳାକାରଙ୍କ ସହ ରାମଲୀଳା ପରିବେଷଣ କରିବେ। ଏହା ପୁଣି ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ହେବ। ସେନେଇ ଆଗ୍ରହର ଦହିତ ସଭିଏଁ ଅପେକ୍ଷା କରିଛନ୍ତି।

କମିଟିର ମହାସଚିବ ଶୁଭମ ମଲିକ କହିଛନ୍ତି ରାମଲୀଳାର ଉଦଘାଟନ ପର୍ଯ୍ୟଟନ ମନ୍ତ୍ରୀ ଜୟବୀର ସିଂ କରିବେ।

 

Share