Categories: ଫୁରସତ

ଭିକ ମାଗି କୋଟିପତି ହେଲେ ଏହି ସୁନ୍ଦରୀ ଯୁବତୀ, ମାଲେସିଆରେ କିଣିଛନ୍ତି ଦୁଇ ଫ୍ଲାଟ; ରହିଛି ଅନେକ ଦାମୀ ଗାଡ଼ି

ଦେଖିବାକୁ କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କଠାରୁ କମ୍‌ ନୁହେଁ। ହେଲେ ଭିକମାଗି କୋଟିପତି ହୋଇଛନ୍ତି ଯୁବତୀ। ଏବେ ତାଙ୍କର ମାଲେସିଆରେ ରହିଛି ଦୁଇ ଫ୍ଲାଟ୍‌ ଏବଂ ଦାମୀ କାର୍‌। ଚକିତ ହେଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏବେ ଉକ୍ତ ଯୁବତୀଙ୍କ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଭିଡିଓକୁ ଦେଖିବା ପରେ ବି ଅନେକେ ବିଶ୍ୱାସ କରିପାରୁ ନ ଥିବା ପ୍ରକାଶ କରିଛନ୍ତି।
ତେବେ ଯୁବତୀଜଣଙ୍କ ପାକିସ୍ତାନର ହୋଇଥିବା ବେଳେ ମାଲେସିଆରେ ଭିକ ମାଗୁଛନ୍ତି। ଭିଡିଓରେ ଯୁବତୀଙ୍କୁ ସୁନ୍ଦରୀ ହୋଇଥିବା ଯୋଗୁ କିଭଳି ଭିକ ମାଗନ୍ତି ବୋଲି ପଚରାଯାଇଥିଲା। ଏଥିଲାଗି ହାତରେ ବହି ଧରି ଅନ୍ଧ ହେବାର ଅଭିନୟ କରିଥାନ୍ତି ବୋଲି ସେ କହିଛନ୍ତି। ସମସ୍ତଙ୍କୁ ସେ ନିଜର ଦୁଃଖୀ ଜୀବନର କାହାଣୀ କହିଥାନ୍ତି। ଯାହା ଉପରେ ସେମାନେ ବିଶ୍ୱାସ କରିଯାଇଥାନ୍ତି।
ଭିକ ମାଗି ଭଲ ରୋଜଗାର ମଧ୍ୟ କରୁଛନ୍ତି ସେ। ଏବେ ସେ ମାଲେସିଆରେ ଦୁଇଟି ଫ୍ଲାଟର ମାଲିକାଣୀ। ଏହାଛଡ଼ା ଅନେକ ଦାମୀ କାର ମଧ୍ୟ ତାଙ୍କ ପାଖରେ ରହିଛି। କେବଳ ଏତିକି ନୁହେଁ ତାଙ୍କର ନିଜର ବ୍ୟବସାୟ ମଧ୍ୟ ରହିଛି। କହିବାକୁ ଗଲେ ଜୀବନକୁ ବେଶ ବିଳାସମୟ ଢ଼ଙ୍ଗରେ ସେ ଜିଉଁଛନ୍ତି।
ଦେଖନ୍ତୁ ଭିଡିଓ:
Share