Categories: ଖେଳ

‘ପନ୍ତ ମୋଟା ହୋଇଗଲେଣି, କିପିଂ ବେଳେ ନଇଁ ପାରୁନାହାନ୍ତି’

କରାଚି,୧୯।୬: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତଙ୍କ ଫିଟ୍‌ନେସକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ସ୍ପିନର ଡାନିଶ କାନେରିଆ। ପନ୍ତ ଏବେ ବହୁତ ମୋଟା ହୋଇଗଲେଣି। ଫଳରେ ସେ ଉଇକେଟକିପିଂ ସମୟରେ ଦ୍ରୁତ ବୋଲରଙ୍କ ଆଗରେ ନଇଁ ପାରୁ ନାହାନ୍ତି ବୋଲି ସେ କହିଛନ୍ତି।

କାନେରିଆ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ କହିଛନ୍ତି, ପନ୍ତଙ୍କ ଉଇକେଟକିପିଂ ବିଷୟରେ କଥା ହେବାକୁ ଚାହୁଁଛି। ଯେତେବେଳେ ଜଣେ ଦ୍ରୁତ ବୋଲର ଆସୁଛନ୍ତି, ସେତେବେଳେ ତାଙ୍କ ବଲ୍‌ରେ ପନ୍ତ ନଇଁ ପାରୁ ନାହାନ୍ତି। ଏପରି ଲାଗୁଛି ତାଙ୍କ ଓଜନ ବଢ଼ିଗଲାଣି। ଯାହା ତାଙ୍କ ଫିଟ୍‌ନେସ ଉପରେ ପ୍ରଭାବ ପକାଉଛି।

କହିରଖୁଛୁ, ରୋହିତ ଶର୍ମା ଏବଂ କେ ଏଲ୍‌ ରାହୁଲଙ୍କ ଅନୁପସ୍ଥିତିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜରେ ପନ୍ତ ଅଧିନାୟକତ୍ୱ କରୁଛନ୍ତି। ଏଯାବତ ସିରିଜର ୪ ମ୍ୟାଚ୍‌ ଖେଳାଯାଇଥିବା ବେଳେ ପନ୍ତ ବ୍ୟାଟିଂରେ ଭଲ ପ୍ରଦର୍ଶନ କରୁନାହାନ୍ତି। ସିରିଜରେ ସେ ମାତ୍ର ୫୭ ରନ୍‌ ସଂଗ୍ରହ କରିଛନ୍ତି। ଲଗାତାର ଭାବେ ଅଫ୍‌ ଷ୍ଟମ୍ପ ବାହାର ବଲ୍‌କୁ ଖେଳିବାକୁ ଯାଇ ସେ ଉଇକେଟ ହରାଉଛନ୍ତି।

Share