ନୂଆଦିଲ୍ଲୀ,୧୭।୧: ଦିନକୁ ଦିନ ପାକିସ୍ତାନ କ୍ରିକେଟ ଟିମ୍ ଅଧିନାୟକ ବାବର ଆଜମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଘରୋଇ ମଇଦାନରେ ଦିନିକିଆ ଏବଂ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଏବେ ତାଙ୍କ ଅଧିନାୟକତ୍ୱ ଉପରେ ଅଙ୍ଗୁଳି ଉଠାଯାଉଛି।
ସୋସିଆଲ ମିଡିଆରେ କିିଛି ବ୍ୟକ୍ତିଗତ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିରେ ଥିବା ବ୍ୟକ୍ତି ବାବର ବୋଲି ଦାବି ହେଉଛି। ଏହାକୁ ନେଇ କିଛି ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରୁଥିବା ବେଳେ କିଛି ପ୍ରଶଂସକ ସମର୍ଥନରେ ବାହାରିଥିବା ଦେଖାଯାଉଛି।
ତେବେ ବାବର ଟୁଇଟରରେ ଏକ ଫଟୋ ଶେୟାର କରି ଚର୍ଚ୍ଚାର ଜବାବ ଭିନ୍ନ ଢ଼ଙ୍ଗରେ ଦେଇଛନ୍ତି। ଫଟୋରେ ସେ ଏକ ନଦୀକୂଳରେ ବସିଛନ୍ତି। ଏଥିସହ ସେ କ୍ୟାପଶନରେ ଲେଖିଛନ୍ତି ‘ଖୁସି ରହିବା ଲାଗି ବହୁତ କିଛି ଲାଗେନା’। ଏହି ପୋଷ୍ଟରେ କିଛି ପ୍ରଶଂସକ କମେଣ୍ଟ କରି ତାଙ୍କୁ ଠିକ୍ ରହିବାକୁ ପରାମର୍ଶ ଦେଇଛନ୍ତି।
Doesn’t take too much to be happy ☺️ pic.twitter.com/udKmZTHl6V
— Babar Azam (@babarazam258) January 16, 2023
କହିରଖୁଛୁ, ପୂର୍ବରୁ ବାବରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଲାଗିଛି। ଲାହୋରର ଏକ ମହିଳା ହମିଜା ମୁଖ୍ତାର ବାବରଙ୍କ ସହ ସମ୍ପର୍କ ଥିବା କହିଥିଲେ। ଏପରିକି କ୍ରିକେଟର ତାଙ୍କର ଯୌନ ଶୋଷଣ, ଜୋରଜବରଦସ୍ତ ଗର୍ଭପାତ ଏବଂ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇଥିବା କହିଥିଲେ।
So this lady has made accusations against Babar Azam “he promised to marry me, he got me pregnant, he beat me up, he threatened me and he used me”
Video courtesy 24NewsHD pic.twitter.com/PTkvdM4WW2— Saj Sadiq (@SajSadiqCricket) November 28, 2020