Posted inଖେଳ

ଧୋନୀଙ୍କୁ ଇମରାନଙ୍କ ସହ ତୁଳନା କଲେ ପାକିସ୍ତାନର ପୂର୍ବ ଅଧିନାୟକ: କହିଲେ ଏଭଳି କିଛି..

ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଜଣାଇବା ପରେ କ୍ରିକେଟ ପ୍ରତି ଯୋଗଦାନ ନିମନ୍ତେ କୋଟି କୋଟି ଲୋକ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି କ୍ରମରେ ପାକିସ୍ତାନର ପୂର୍ବତନ ଅଧିନାୟକ ରଶିଦ ଲାତିଫ୍‌ ଧୋନୀଙ୍କୁ କେବଳ ଭାରତର ନୁହେଁ, ବରଂ ପୁରା ଦୁନିଆର ଆଇକନ୍‌ ବୋଲି କହିଛନ୍ତି। ଏପରିକି ଧୋନୀ ଇମରାନ୍‌ ଖାନ୍‌ଙ୍କ ଭଳି ଲିଡର୍‌ ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ଯୋଗଦେବା ସମୟରେ ଲାତିଫ୍‌ ଧୋନୀଙ୍କ ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଧୋନୀଙ୍କୁ ଧୋନୀ କରିବା ପଛରେ ପ୍ରଥମ ଯୋଗଦାନ ମହମ୍ମଦ ଆଜାରୁଦ୍ଦିନଙ୍କ ରହିଛି। ସେ ଭାରତୀୟ କ୍ରିକେଟ ପାଇଁ ସୌରଭ ଗାଙ୍ଗୁଲୀଙ୍କ ଭଳି ହୀରା ଛାଡ଼ି ଯାଇଥିଲେ। ଏହାପରେ ଗାଙ୍ଗୁଲୀ ଧୋନୀଙ୍କୁ ଆଣି ଆସିଥିଲେ। ଏକଦା ଆମ ଟିମ୍‌ର ଜଣେ ଖେଳାଳି ମୋତେ ଫୋନ କରି ଭାରତୀୟ ଟିମ୍‌କୁ ଏପରି ଜଣେ ଖେଳାଳି ଆସିଛନ୍ତି ଯିଏ ସଚିନ ତେନ୍ଦୁଲକରଙ୍କୁ ଭୁଲାଇ ଦେବ ବୋଲି କହିଥିଲେ। ହେଲେ ତାହା ବିଶ୍ୱାସ କରିପାରି ନ ଥିଲି। ସେ ପ୍ରଥମ ଅଧିନାୟକ ଭାବେ ଟି-୨୦ ବିଶ୍ୱକପ୍‌, ଏକଦୀବସୀୟ ୫୦ ଓଭର ବିଶ୍ୱକପ୍‌ ଏବଂ ଚାମ୍ପିୟନ୍ସ ଟ୍ରଫି ଜିତିଥିଲେ। ଏପରି ଅନ୍ୟ କୌଣସି ଅଧିନାୟକ କରିନାହାନ୍ତି। ଆମ ପ୍ରଧାନମନ୍ତ୍ରୀ ଇମରାନ ନିଜର ଲିଡରସିପ୍‌ ପାଇଁ ଜଣାଶୁଣା। ସେ କଷ୍ଟ କରିବାକୁ ପ୍ରସ୍ତୁତ ଥାନ୍ତି। ସେ ନିଜର ଟିମ୍‌ରେ ନୂଆ ଖେଳାଳିଙ୍କୁ ସୁଯୋଗ ଦିଅନ୍ତି। ଧୋନୀଙ୍କୁ ବିଶ୍ୱର ସବୁ ଖେଳାଳି ଏବଂ ଅଧିନାୟକ ପ୍ରଶଂସା କରନ୍ତି। ଏଣୁ ଧୋନୀ କେବଳ ଭାରତର ନୁହେଁ ବରଂ ପୁରା ବିଶ୍ୱର ଆଇକନ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁବାଇରୁ ଟ୍ରଫି ଧରି ସ୍ବଦେଶ ଫେରିଲେ ଚାମ୍ପିୟନ୍ସର ଚାମ୍ପିୟନ, ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ଼

ନୂଆଦିଲ୍ଲୀ,୧୦।୩: ଦୁବାଇରେ ଟ୍ରଫି ଜିତିବା ପରେ ଭାରତୀୟ ଦଳ ନିଜ ଦେଶକୁ ଫେରିଛି। ୨୦୨୫ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ...

ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରି ଏତିକି କୋଟି କ୍ଷତି ସହିଲା ପାକିସ୍ତାନ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୩: ରବିବାର ଚାମ୍ପୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଉଇକେଟ୍‌ରେ ପରାସ୍ତ କରି...

ହୋଷ୍ଟ ପାକିସ୍ତାନ, ହେଲେ ଭାରତ ଚାମ୍ପିୟନ: ଟ୍ରଫି ପ୍ରଦାନବେଳେ ମଞ୍ଚକୁ ଗଲେନି ପିସିବିର କୌଣସି ଅଧିକାରୀ

ନୂଆଦିଲ୍ଲୀ,୧୦।୩: ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ଥିଲା, କିନ୍ତୁ ଯେତେବେଳେ ରୋହିତ ଶର୍ମା ଏବଂ ଦଳକୁ ବିଜେତା ଟ୍ରଫି ଦିଆଯାଉଥିଲା, ସେତେବେଳେ ପାକିସ୍ତାନ କ୍ରିକେଟ ବୋର୍ଡର...

ହକି ଇଣ୍ଡିଆର ବାର୍ଷିକ ପୁରସ୍କାର: ଦୌଡ଼ରେ ଓଡ଼ିିଶାର ଅମିତ ରୋହିଦାସ, ସୁନେଲିତା

ନୂଆଦିଲ୍ଲୀ,୧୦ା୩: ହକି ଇଣ୍ଡିଆ ବାର୍ଷିକ ପୁରସ୍କାର ଉତ୍ସବ ପାଇଁ ରେକର୍ଡ ୧୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି। ଏଥର ୭ଟି ବିଭାଗରେ ୩୨ଜଣ...

IPL ଚୁକ୍ତିରୁ ଓହରିବା ଏହି ଖେଳାଳିଙ୍କୁ ପଡ଼ିଲା ମହଙ୍ଗା

ଲଣ୍ଡନ,୧୦ା୩: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିବା ଚୁକ୍ତିରୁ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକ ଓହରି...

ରୋହିତଙ୍କୁ ଝଟକା: ଚାମ୍ପିୟନ୍ସ ଟ୍ରଫିର ସର୍ବଶ୍ରେଷ୍ଠ ଖେଳାଳିଙ୍କ ନାଁ ଘୋଷଣା କଲା ICC, ଭାରତର ଏହି ୫ ଖେଳାଳି…

ନୂଆଦିଲ୍ଲୀ,୧୦।୩: ICC ଚାମ୍ପିୟନ୍ସ ଟ୍ରଫି ୨୦୨୫ର ଶ୍ରେଷ୍ଠ ଦଳ ଘୋଷଣା କରିଛି। ଏହି ଦଳରେ ଦ୍ୱାଦଶ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ସାମିଲ କରାଯାଇଛି। ମଜାଦାର କଥା...

ତେନ୍ଦୁଲକରଙ୍କ ଝିଅ ନୁହନ୍ତି, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି କ୍ରିକେଟର ଶୁବମନ ଗିଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟର ଶୁବମନ ଗିଲ୍‌ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ ଡେଟ୍‌ କରୁଥିଲେ ବୋଲି ଖୁବ୍‌ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସାରା...

ରବିନ୍ଦ୍ର ଜାଡେଜାଙ୍କ ବଡ଼ ଘୋଷଣା: ODI ଫର୍ମାଟରୁ ଅବସରକୁ ନେଇ…

ନୂଆଦିଲ୍ଲୀ,୧୦।୩: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟୁର୍ନାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜାଙ୍କ ODI ଫର୍ମାଟରୁ ଅବସର ନେବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image