ପାକିସ୍ତାନ କମେଡିଆନ ଉମର ଶରିଫ ଗୁରୁତର: ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ପତ୍ନୀ

କରାଚି,୧୨ ।୯: ପାକିସ୍ତାନର ବରିଷ୍ଠ ହାସ୍ୟ ଅଭିନେତା ତଥା ଟେଲିଭିଜନ ଦୁନିଆର ଜଣାଶୁଣା ଚେହେରା ଉମର ଶରିଫ ଗୁରୁତର ହୋଇ ପଡିଛନ୍ତି । ତାଙ୍କର ଚିକିତ୍ସା ପାଇଁ ଆମେରିକା ଯିବା ଆବଶ୍ୟକ ବୋଲି ପରିବାର ଲୋକେ କହିବା ସହ ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଗୁହାରି କରିଥିବା କହିଛନ୍ତି । ଉମର ଜଣେ ଜଣାଶୁଣା କଳାକାର ସହ ଜଣେ ନିର୍ମାତା ମଧ୍ୟ । ଏବେ ସେ କରାଚିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତବର୍ଷ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲା । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟରେ ଅବନତି ହେବାରେ ଲାଗିଛି । ତାଙ୍କ ପତ୍ନୀ ଜରିନ କହିଛନ୍ତି, ଉମର ଏବେ ହ୍ୱିଲ ଚେୟାରରେ ଏକ ପ୍ରକାର ଲାଗି ଯାଇଛନ୍ତି କହିଲେ ଚଳେ । ତାଙ୍କୁ ତୁରନ୍ତ ଆମେରିକାର ବିଶେଷଜ୍ଞ ଡାକ୍ତରଙ୍କ ଆବଶ୍ୟକତା ରହିଛି । ଯଦି ସେ ଆମେରିକା ଯାଇ ନ ପାରନ୍ତି ଆଉ ପାକିସ୍ତାନରେ ତାଙ୍କର ହାର୍ଟ ଅପରେଶନ କରାଯାଏ ତେବେ ଏହା ତାଙ୍କ ଜୀବନ ପ୍ରତି ବିପଦ ହୋଇପାରେ ବୋଲି ପତ୍ନୀ ଜରିନ କହିଛନ୍ତି ।

Share