Categories: ଖେଳ

ଝିଅଙ୍କ ଲାଗି ପ୍ରାର୍ଥନା କରିବାକୁ କହିଲେ ଆସିଫ

ନୂଆଦିଲ୍ଲୀ,୮।୬: ପାକିସ୍ତାନ କ୍ରିକେଟର ଆସିଫ ଆଫ୍ରିଦିଙ୍କ ଝିଅ ଅସୁସ୍ଥ। ତାଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାକୁ ନେଇ ସେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇବା ସହ ଝିଅଙ୍କ ଲାଗି ପ୍ରାର୍ଥନା କରିବାକୁ ଅପିଲ କରିଛନ୍ତି। ପୋଷ୍ଟକୁ ଦେଖି ପ୍ରଶଂସକଙ୍କ ସହ ସାଥୀ କ୍ରିକେଟର ଭାବବିହ୍ବଳ ହୋଇଛନ୍ତି। ସଲମାନ ବଟ, ଉମର ଗୁଲଙ୍କ ସହ ଅନେକ କ୍ରିକେଟର ତାଙ୍କ ଝିଅଙ୍କ ଶୀଘ୍ର ଆରୋଗ୍ୟ କାମନା ଲାଗି ପ୍ରାର୍ଥନା କରିଛନ୍ତି।

ଆସିଫଙ୍କ କ୍ରିକେଟ କ୍ୟାରିୟର ବିଷୟରେ କଥା ହେଲେ ସେ ୨୦୦୯ରେ ଘରୋଇ କ୍ରିକେଟରେ ଡେବ୍ୟୁ କରିଥିଲେ। ଚଳିତ ବର୍ଷ ସେ ପାକିସ୍ତାନ ସୁପର ଲିଗ୍‌ରେ ମୁଲ୍‌ତାନ ସୁଲ୍‌ତାନଙ୍କ ପକ୍ଷରୁ ଖେଳିଥିଲେ। ଦୀର୍ଘଦିନ ଧରି ଘରୋଇ କ୍ରିକେଟରେ ସକ୍ରିୟ ଥିଲେ ହେଁ ସେ ଏଯାବତ ଜାତୀୟ ଦଳରେ ସ୍ଥାନ ପାଇ ପାରି ନାହାନ୍ତି। ନିକଟରେ ଅଷ୍ଟ୍ରେଲିଆ ଟିମ୍‌ର ପାକିସ୍ତାନ ଗସ୍ତ ସମୟରେ ଆସିଫଙ୍କୁ ବ୍ୟାକ୍‌ ଅପ୍‌ ଭାବେ ସାମିଲ କରାଯାଇଥିଲା। ହେଲେ ସେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରି ନ ଥିଲେ।

Share