ବୁଲନ୍ଦସହର, ୨୬।୯: ୩୨ ବର୍ଷର ଦୌଡ଼ାଦୌଡ଼ି ପରେ ଶେଷରେ ଭାରତର ବୋହୁ ହେଲେ ପାକିସ୍ତାନ ଝିଅ। ଭାରତ ସରକାର ଶେଷରେ ଏବେ ପାକିସ୍ତାନ ଝିଅ ଫାକରା ନୌରିନ୍ଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିଛନ୍ତି। ନିକ୍ହାର ୩୨ ବର୍ଷ ହେବ ପାକିସ୍ତାନ ଝିଅ ଫାକ୍ରା ବୁଲନ୍ଦସହରରେ ରହିଆସୁଥିଲେ। ବର୍ତ୍ତମାନ ଭାରତୀୟ ନାଗରିକତା ମିଳିବା ପରେ ଫାକ୍ରା ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫାକ୍ରାଙ୍କ ପରିବାର ମଧ୍ୟ ଭାରତୀୟ ନାଗରିକତା ମିଳିବା ପରେ ବହୁତ ଖୁସି ଅଛନ୍ତି। ବୁଲନ୍ଦସହରର ଏସ୍ଏସ୍ପି ସନ୍ତୋଷ କୁମାର ସିଂ ଭାରତୀୟ ନାଗରିକତା ପ୍ରମାଣ ପତ୍ର ଫାକ୍ରାଙ୍କୁ ପ୍ରଦାନ କରିଛନ୍ତି।
ଜଣାପଡ଼ିଛି ଯେ, ୧୯ ଡିସେମ୍ବର ୧୯୮୮ରେ ପାକିସ୍ତାନର ଝେଲମରେ ବାସିନ୍ଦା ଫାକ୍ରା ନୌରିନ୍ ବୁଲନ୍ଦସହରର ନସିମ୍ଙ୍କ ସହ ନିକ୍ହା ହୋଇଥିଲା। ନିକ୍ହା ପରେ ଫାକ୍ରା ଲଗାତର ଭାବେ ଏଲ୍ଟିବିରେ ଭାରତରେ ରହି ଆସୁଥିଲେ। ଏଥିସହ ଭାରତୀୟ ନାଗରିକତା ହାସଲ କରିବା ଲାଗି ସର୍ବଦା ପ୍ରୟାସ ଚଲାଇଥିଲେ। ଫାକ୍ରାଙ୍କୁ ବର୍ତ୍ତମାନ ୫୦ ବର୍ଷ ହୋଇଥିବାବେଳେ ଦୀଘର୍’୩୨ ବର୍ଷର ବ୍ୟବଧାନ ପରେ ସେ ଶେଷରେ ଭାରତୀୟ ନାଗରିକତା ହାସଲ କରିଛନ୍ତି।