ଜାହ୍ନବୀଙ୍କଠୁ ବି ହଟ୍‌ ଶ୍ରୀଦେବୀଙ୍କ ଏହି ପାକିସ୍ତାନୀ ଝିଅ

ମୁମ୍ବାଇ: ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍‌’ରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସାଜଲ ଅଲୀ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ଅଟନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ୮ ମିଲିୟନ ଫଲୋଅର୍ସ ଅଛନ୍ତି। ସେ ପ୍ରାୟତଃ ନିଜର ହଟ୍‌ ଏବଂ ବୋଲ୍ଡ ଫଟୋ, ଭିଡିଓ ଶେୟାର କରନ୍ତି।

ଏହା ବ୍ୟତୀତ ସାଜଲ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଶୋ’ ଏବଂ ଫିଲ୍ମ ସହ ଜଡିତ ଅପଡେଟ୍‌ ମଧ୍ୟ ଶେୟାର କରିଥାନ୍ତି। ସାଜଲଙ୍କୁ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ସହ ତୁଳନା କରାଯାଏ।
ଅନ୍ୟପକ୍ଷରେ, ଯେତେବେଳେ ଜାହ୍ନବୀଙ୍କ କଥା ଆସେ ସେ ବି ନିଜର ଗ୍ଲାମରସ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ବୋଲ୍ଡ ଫଟୋକୁ ନେଇ ଜାହ୍ନବୀ ଅନେକ ଥର ଟ୍ରୋଲ୍‌ ହୋଇଥିଲେ ହେଁ ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥାଏ। ଜାହ୍ନବୀ ଖୁବ୍‌ଶୀଘ୍ର ଅନେକ ଫିଲ୍ମରେ ନଜର ଆସିବେ। ଏହି ସମୟରେ ତାଙ୍କ ସାନ ଭଉଣୀ ଖୁସି କପୁରଙ୍କୁ ମଧ୍ୟ ବଡ଼ପରଦାରେ ଦେଖିବାକୁ ମିଳିବ।

Share