ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଥିବା ପାକିସ୍ତାନୀ ଡାକ୍ତରଙ୍କୁ ୧୮ବର୍ଷ ଜେଲ୍‌

ଓ୍ବାଶିଂଟନ୍‌,୨୬।୮: ଆମେରିକାରେ ଏଚ-୧ବି ଭିସା ଉପରେ କାର୍ଯ୍ୟ କରୁଥିବା ଜଣେ ପାକିସ୍ତାନୀ ଡାକ୍ତର ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସାହାଯ୍ୟ କରୁଥିବାର ଏକ ମାମଲା ସାମ୍ନାକୁ ଆସିଛି। ଡାକ୍ତର ଜଣକ ଆମେରିକାରେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ମେଣ୍ଟୋରିଆଲ ସ୍ପୋଟର୍‌ସ ଓ ଲୋନ ଓଲଫ୍‌ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ସାହାର୍ଯ୍ୟ କରିଥିଲେ। ତେଣୁ ତାଙ୍କୁ ୧୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

ସୂଚନା ଅନୁଯାୟୀ, ଡାକ୍ତରଙ୍କ ନାଁ ମାସୁଦ। ସେ ପାକିସ୍ତାନର ଲାଇସେନ୍ସପ୍ରାପ୍ତ ମେଡିକାଲ ଡାକ୍ତର ଥିଲେ। ଏହା ପୂର୍ବରୁ ସେ ଏଚ-୧ବି ଭିସା ଅନ୍ତର୍ଗତ ମିନେସୋଟା ରୋଚେଷ୍ଟରର ଏକ ମେଡିକାଲ କ୍ଲିନିକରେ ଅନୁସନ୍ଧାନ ସଂଯୋଜକ ଭାବରେ ନିୟୋଜିତ ହୋଇଥିଲେ।

Share