ନୂଆଦିଲ୍ଲୀ, ୧୩।୮: ପାକିସ୍ତାନର ମେଡ଼ିକାଲ କଲେଜରୁ ଡିଗ୍ରୀ ହାସଲ କରିଥିବା ଡାକ୍ତର ଏବେ ଭାରତରେ ଚିକିତ୍ସା କରି ପାରିବେ ନାହିଁ। ଏନେଇ ମେଡ଼ିକାଲ କାଉନସିଲ୍ ଅଫ୍ ଇଣ୍ଡିଆ(ଏମ୍ସିଆଇ) ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ପାକ୍ ଅଧିକୃତ ଜମ୍ମୁ କଶ୍ମୀର ଏବଂ ଲଦାଖ ଅଞ୍ଚଳରେ ଥିବା ମେଡ଼ିକାଲ କଲେଜର ଡିଗ୍ରୀ ରହିଛି ତାହା ଭାରତରେ ଗ୍ରହଣ ଯୋଗ୍ୟ ହେବ ନାହିଁ। ଏହି ଅଞ୍ଚଳର କିଛି ସ୍ଥାନ ଉପରେ ପାକିସ୍ତାନ ଅବୈଧ ଭାବେ ଦଖଲ କରିଛି। ଏମ୍ସିଆଇର ୧୯୫୬ ଅଧିନିୟମ ଅନ୍ତର୍ଗତ ଏସବୁ ଅଞ୍ଚଳର ମେଡିକାଲ କଲେଜର ଡିଗ୍ରୀକୁ ଭାରତରେ ଗ୍ରହଣ କରାଯିବ ନାହିଁ। ଏଭଳି ଡିଗ୍ରୀଧାରୀ ଡାକ୍ତରଙ୍କୁ ଭାରତରେ ପଞ୍ଜିକରଣ କରିବାର ଅନୁମତି ମିଳିବ ନାହିଁ ବୋଲି ଏମ୍ସିଆଇର ସେକ୍ରେଟାରୀ ଜେନେରାଲ ଡ.ଆର୍.କେ. ଭାଟସ୍ କହିଛନ୍ତି।