Categories: ଜାତୀୟ

ବିଏସଏଫ୍‌ ଯବାନଙ୍କୁ ସଫଳତା, ଅମୃତସରରୁ ମିଳିଲା ପାକିସ୍ତାନୀ ଡ୍ରୋନ

ଅମୃତସର,୮।୧୨: ସୀମା ସୁରକ୍ଷା ବଳ (ବିଏସଏଫ୍‌) ଗୁରୁବାର ରାତିରେ ପଞ୍ଜାବ ପୋଲିସ ସହିତ ଅମୃତସର ଜିଲାର ଏକ ସୀମାନ୍ତ ଗ୍ରାମରେ ସର୍ଚ୍ଚ ଅପରେଶନ ବେଳେ ଏକ ପାକିସ୍ତାନୀ ଡ୍ରୋନକୁ ଜବତ କରିଛି। ବିଏସଏଫ ମୁଖପାତ୍ର କହିଛନ୍ତି ଯେ, ପଞ୍ଜାବ ପୋଲିସ ସହିତ ବିଏସଏଫ୍‌ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଯବାନ ଉକ୍ତ ଅଞ୍ଚଳରେ ନିତିଦିନିଆ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ରାତି ପ୍ରାୟ ୮. ୪୫ରେ ଯବାନ ଗାଁର ଏକ କ୍ଷେତରୁ ପାକିସ୍ତାନୀ ଡ୍ରୋନକୁ ଜବତ କରିଛନ୍ତି। ଚାଇନାରେନିର୍ମିତ ମଡେଲ-ଡିଜେଆଇ ମାବିକ ୩ କ୍ଲାସିକ ଡ୍ରୋନର ପରୀକ୍ଷା କରିବା ପରେ ବିଏସଏଫ୍‌ ଅଧିକାରୀମାନେ ଏହାକୁ ପଞ୍ଜାବ ପୋଲିସକୁ ଦେଇଛନ୍ତି।

Share