ଚଣ୍ଡିଗଡ଼,୧୪।୩ : ପଞ୍ଜାବର ପଠାନକୋଟ ଜିଲାରେ ରବିବାର ଦେଖିବାକୁ ମିଳିଥିଲା ପାକିସ୍ତାନର ଏକ ଡ୍ରୋନ। ଏହାକୁ ଠାବ କରାଯିବା ପରେ ବିଏସ୍ଏଫ୍ ପକ୍ଷରୁ ଡ୍ରୋନ ଉପରେ ଆକ୍ରମଣ କରାଯାଇଥିଲା। ହେଲେ ଡ୍ରୋନଟି ପାକିସ୍ତାନ ସୀମାକୁ ଫେରି ଯିବାରେ ସଫଳ ହୋଇଛି।
ପାକିସ୍ତାନ ପଟରୁ ଆସିଥିବା ଡ୍ରୋନକୁ ଭାରତ-ପାକ୍ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ଡିଣ୍ଡା ପୋଷ୍ଟରୁ ଦେଖାଯାଇଥିଲା। ଏହା ଉପରେ ବିଏସ୍ଏଫ୍ ପକ୍ଷରୁ ଜବାବୀ ଆକ୍ରମଣ ହୋଇଥିଲା ବୋଲି ପୋଲିସ ଅଧିକାରୀ ଗୁଲନୀତ ସିଂ ଖୁରାନା କହିଛନ୍ତି। ତେବେ ଏହି ଡ୍ରୋନଟି ଭାରତୀୟ ସୀମାରେ କିଛି ପକାଇ ଥିବା ସନ୍ଦେହ କରାଯାଉଛି। ଏଣୁ ଡ୍ରୋନ ଆସିଥିବା ଦିଗରେ ସର୍ଚ୍ଚ ଅପରେଶନ ଚାଲିଛି। କିନ୍ତୁ କିଛି ମିଳି ନାହିଁ।
ଉଲ୍ଲେଖଥାଉ କି, ୨୦୨୦ରେ ପାକିସ୍ତାନର ଏକ ଡ୍ରୋନ ଭାରତ ସୀମାରେ ପ୍ରବେଶ କରି ପଞ୍ଜାବର ଗୁରୁଦାଶପୁର ଜିଲାରେ ୧୧ଟି ହ୍ୟାଣ୍ଡ ଗ୍ରେନେଡ୍ ପକାଇଥିଲା।