ଜଣେ ପାକିସ୍ତାନୀ ମହିଳା ତାଙ୍କ ଭାବି ସ୍ବାମୀଙ୍କଠାରେ ଏମିତି ଏକ ଦାବି ରଖିଛନ୍ତି, ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ମହିଳାଙ୍କ ନାମ ନାଇଲା ଶମଲ। ସେ ତାଙ୍କ ଭାବି ସ୍ବାମୀ ଅର୍ଥାତ୍ ହେବାକୁ ଥିବା ସ୍ବାମୀଙ୍କ ନିକଟରେ ଯେଉଁ ଦାବି ରଖିଛନ୍ତି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା ବି କରିବେ। ନାଇଲା ଏକ ଭିଡିଓ ଜରିଆରେ କହିଛନ୍ତି, ‘ ତାଙ୍କ ସ୍ବାମୀ ଜଣେ ଲେଖକ। ଏଥିପାଇଁ ସେ ଦାବି ହିସାବରେ ତାଙ୍କଠାରୁ ୧ ଲକ୍ଷ ବହି ଚାହୁଁଛନ୍ତି। ନାଇଲାଙ୍କ କହିବା କଥା ସେ ଯୌତୁକ ରୂପକ କୁପ୍ରଥାକୁ ବନ୍ଦ କରିବାକୁ ଚାହାନ୍ତି। ବର୍ତ୍ତମାନ ଦୁନିଆରେ ସବୁକିଛି ମହଙ୍ଗା। ଖାସ୍ କରି ମୁଁ ଜଣେ ଲେଖିକା। ଯଦି ମୁଁ ପୁସ୍ତକ ପ୍ରତି ଗୁରୁତ୍ୱ ନ ଦେବି ତବେ ଅନ୍ୟମାନଙ୍କୁ କ’ଣ କହିବି?
ଏହି ଭିଡିଓକୁ ସୋସିଆଲ ମିଡିଆରେ ମୋନା ଫାରୁକ୍ ଅହମ୍ମଦ ନାମକ ଜଣେ ୟୁଜର ଶେୟାର କରିଛନ୍ତି। ଭିଡିଓ ଶେୟାର ହେବାର କିଛି ସମୟ ମଧ୍ୟରେ ଏହା ଖୁବ୍ ଭାଇରାଲ ହେଉଛି। ପ୍ରଥମେ ମହିଳାଙ୍କ କଥାକୁ କେହି ବିଶ୍ୱାସ କରି ନ ଥିଲେ। ମାତ୍ର ବର୍ତ୍ତମାନ ତାଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଥର ଦେଖାସରିଲାଣି। ଲୋକେ ଭିଡିଓ ଦେଖି ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେବା ସହ ମହିଳାଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି।