Categories: ଜାତୀୟ

କୋଲକାତା ଯୁବକଙ୍କୁ ବାହାହେବାକୁ ପହଞ୍ଚତ୍ଲେ ପାକିସ୍ତାନୀ ଯୁବତୀ

ଚଣ୍ଡିଗଡ଼,୬ା୧୨:କୋଲକାତାର ଜଣେ ଯୁବକଙ୍କୁ ବିବାହ କରିବା ପାଇଁ ପାକିସ୍ତାନର ଜଣେ ଯୁବତୀ ଓ୍ବାଘା-ଅଟ୍ଟାରି ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଭାରତରେ ପହଞ୍ଚତ୍ଛନ୍ତି। ଜାନୁୟାରୀରେ ସେମାନଙ୍କ ବିବାହ ହେବ। କରାଚୀ ବାସିନ୍ଦା ଜାଭେରିଆ ଖାନୁମ୍‌ ପଞ୍ଜାବର ଅମୃତସରରେ ପହଞ୍ଚିବା ପରେ ସେଠାରେ ତାଙ୍କ ଭାବୀ ସ୍ବାମୀ ସମୀର ଖାନ୍‌ ଓ ତାଙ୍କ ପରିବାର ସଦସ୍ୟମାନେ ଢୋଲ ବଜାଇ ସ୍ବାଗତ କରିଥିଲେ। କୋଭିଡ୍‌ ମହାମାରୀ ଯୋଗୁ ଉଭୟଙ୍କ ବିବାହ ଯୋଜନା ୫ ବର୍ଷ ହେଲା ଅଟକି ରହିଥିଲା। ପୂର୍ବରୁ ଜାଭେଲିଆଙ୍କ ଭିଜା ଦୁଇଥର ବାତିଲ ହେବା ପରେ ଏଥର ୪୫ ଦିନିଆ ଭିଜା ମିଳିଛି।

Share