କରିସ୍ମାଙ୍କ ଭଳି ଦେଖାଯାଉଥିବା ଏହି ଯୁବତୀ ଜଣକ କିଏ ଜାଣିଛନ୍ତି କି?

ଇସ୍‌ଲାମାବାଦ୍‌,୧୨।୪: ଏକାଭଳି ମୁହଁ ଦେଖାଯାଉଥିବା ଲୋକଙ୍କ କଥା ପ୍ରାୟ ଚର୍ଚ୍ଚାରେ ରହିଥାଏ। ସାରା ଦେଶରେ ଏଭଳି କେତେଜଣ ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ଚେହେରା ସମ୍ପୂର୍ଣ୍ଣ ସମାନ। ଦେଖିବାକୁ ଏକଦମ୍‌ ଯାଅଁାଳା ଭଳି। ହେଲେ ଯଦି କୌଣସି ବ୍ୟକ୍ତିଙ୍କ ଚେହେରା ସେଲିବ୍ରିଟିଙ୍କ ଚେହେରା ସହ ମିଶିଥାଏ, ତେବେ ସେ ପ୍ରଶଂସା ସାଉଁଟିବା ସହ ଚର୍ଚ୍ଚାର ବିଷୟ ପାଲଟିଯାଏ। ଇତିମଧ୍ୟରେ ପାକିସ୍ତାନର ଜଣେ ଯୁବତୀ ଏବେ ସୋସିଆଲ ମିଡିଆର ସେନ୍‌ସେସନ୍‌ ପାଲଟିଛନ୍ତି। ପାକିସ୍ତାନରେ ରହୁଥିବା ହିନା ଖାଁଙ୍କ ଟିକ୍‌ଟକ ଭିଡିଓ ଭାଇରାଲ ହୋଇଥିବା ବେଳେ ଏହାକୁ ଦେଖି ଏବେ ସମସ୍ତେ ଚକିତ ହୋଇପଡ଼ିଛନ୍ତି। କାରଣ ଏହି ଯୁବତୀ ଜଣକ ଦେଖିବାକୁ ଏକଦମ୍‌ ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁରଙ୍କ ଭଳି।

କେବଳ ସେ କରିଶ୍ମାଙ୍କ ଭଳି ଦେଖାଯାଉନାହାନ୍ତି ତାଙ୍କପରି ଏକ୍ସପ୍ରେସନ୍‌ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି। ତାଙ୍କୁ ଦେଖିଲେ କେହିବି ସହଜରେ ଧୋକା ଖାଇଯିବେ। ହିନା କରିଶ୍ମାଙ୍କ ବଡ଼ ପ୍ରଶଂସକ ହୋଇଥିବା ବେଳେ ତାଙ୍କୁ କେହି କରିଶ୍ମାଙ୍କ ସହ ତୁଳନା କଲେ ଭଲ ଲାଗେ ବୋଲି ସେ କହିଛନ୍ତି। ସେହିପରି କରିଶ୍ମାଙ୍କ ପରି ନାଚିବା, ଗାଇବା ଓ କଥା କହିବାକୁ ହିନା ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ହିନାଙ୍କୁ କରିଶ୍ମାଙ୍କ ଗେଟଅପ୍‌ରେ ସଜେଇ ହୋଇ ଅଭିନୟ କରୁଥିବାର ଦେଖିବାକୁ ମିଳେ। ଏହାଛଡ଼ା ସେ ଟିକ୍‌ଟିକ୍‌ରେ ମଧ୍ୟ ଅଭିନୟ କରି ଭିଡିଓ ଅପଲୋଡ କରିଥାନ୍ତି। ସୋସିଆଲ ମିଡିଆରେ ତାଙ୍କର ହଜାରେରୁ ଊର୍ଦ୍ଧ୍ୱ ଫଲୋଅର୍ସ ରହିଥିବା ବେଳେ ତାଙ୍କ ଭଡିଓକୁ ବେଶ୍‌ ପସନ୍ଦ କରାଯାଉଛି।

Share