ସୀମା ପାର ଚୋରା ଚାଲାଣରେ ରହିଛି ପାକିସ୍ତାନ ସେନାର ସମ୍ପୃକ୍ତି: ପାକିସ୍ତାନ ଗୃହମନ୍ତ୍ରୀ

ଇସଲାମବାଦ,୫।୧୦: ପାକିସ୍ତାନର ମଧ୍ୟବର୍ତ୍ତୀକାଳୀନ ଗୃହମନ୍ତ୍ରୀ ସରଫରାଜ ବୁଗତି ଦେଶର ସେନା ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମକୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ସୀମା ପାର ଚୋରା ଚାଲାଣରେ ଖୋଦ୍‌ ପାକିସ୍ତାନ ସେନାର ହାତ ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଚିନି, ପେଟ୍ରୋଲିୟମ ଉତ୍ପାଦ, ୟୁରିଆ, ଡ୍ରଗ୍ସ, କୃଷିଜାତ ଦ୍ରବ୍ୟ ତଥା ଦୈନନ୍ଦିନ ବ୍ୟବହାର ସାମଗ୍ରୀର ଚୋରା ଚାଲାଣକୁ କଡାକଡି କରିବା ପାଇଁ କାର୍ଯ୍ୟର୍ନିବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ମଧ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ସେନାର ସୁରକ୍ଷା କର୍ମୀମାନେ ହିଁ ଏହିପରି ଚୋରା ଚାଲାଣରେ ଜଡିତ ଅଛନ୍ତି ବୋଲି ସେ ଗୁରୁତର ଅଭିଯୋଗ ଆଣିଛନ୍ତି।

Share