ଇମ୍ରାନ୍‌ଙ୍କ ପ୍ରତିକ୍ରିୟା ନେବା ବେଳେ ଦୁର୍ଘଟଣା ଘଟି ମହିଳା ଖବରଦାତାଙ୍କ ମୃତ୍ୟୁ

ଇସଲାମାବାଦ୍‌, ୩୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ ଦ୍ୱାରା ଆରମ୍ଭ ହୋଇଛି ଆଜାଦୀ ମାର୍ଚ୍ଚ । ଏହି ଅବସରରେ ରବିବାର ଏକ ଦୁର୍ଘଟଣା ଘଟିଛି। ଇମ୍ରାନ୍‌ ବସିଥିବା ଗାଡ଼ିରେ ଚାପି ହୋଇ ଜଣେ ପାକିସ୍ତାନୀ ମହିଳା ଖବରଦାତାଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ସେ ହେଲେ ସ୍ଥାନୀୟ ଏକ ଟିଭି ଚ୍ୟାନେଲର ଖବରଦାତା ଭାବେ କାମ କରୁଥିବା ସଦଫ ନଇମ୍‌।

ମହିଳା ଖବରଦାତାଙ୍କ ମୃତ୍ୟୁ ପରେ ତେହରିକ୍‌-ଇ-ଇନ୍‌ସାଫର ସଭାପତି ଇମ୍ରାନ୍‌ ଖାନ୍‌ ଆଜାଦୀ ମାର୍ଚ୍ଚକୁ ଅଧାରୁ ବନ୍ଦ କରିଦେଇଥିଲେ। ଏପରି କି ମୃତ୍ୟୁକୁ ନେଇ ସେ ଶୋକ ପ୍ରକାଶ କରିଛନ୍ତି। ଖବରଦାତା ସଦଫ ନଇମ୍‌ ଇମ୍ରାନ୍‌ଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସଦଫଙ୍କ ମୃତ୍ୟୁକୁ ନେଇ ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଶୋକ ବ୍ୟକ୍ତ କରି ଦୁଃଖ ପ୍ରକାଶ କରିଛନ୍ତି।

Share