Categories: ଖେଳ

ପାକିସ୍ତାନ ସାମ୍ବାଦିକଙ୍କୁ ବିଶ୍ୱକପ କଭର୍‌ ମିଳିଲା ପାଇଁ ଭାରତୀୟ ଭିଜା

ନୂଆଦିଲ୍ଲୀ,୧୧।୧୦:ଦିନିକିଆ ବିଶ୍ୱକପ ମଧ୍ୟରେ ପାକିସ୍ତାନ ଦଳ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚ କଭର୍‌ କରିବାକୁ ଅନେକ ପାକିସ୍ତାନୀ ସାମ୍ବାଦିକଙ୍କୁ ଭାରତ ପାଇଁ ଭିଜା ମିଳିଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ପାକିସ୍ତାନ ଦଳର ଖେଳାଳିଙ୍କୁ ବିଶ୍ୱକପ ପାଇଁ ଭାରତ ପାଇଁ ଭିସା ମିଳିଥିଲା। କିନ୍ତୁ ବର୍ତ୍ତମାନ ସାମ୍ବାଦିକମାନଙ୍କ ପାଇଁ ଏକ ଆଶ୍ୱସ୍ତି ମିଳିଛି।
ପାକିସ୍ତାନର ୬୦ ରୁ ଅଧିକ ସାମ୍ବାଦିକଙ୍କୁ ଭାରତ ପାଇଁ ଭିଜା ମିଳିଛି। ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଭାରତ ବନାମ ପାକିସ୍ତାନ ମ୍ୟାଚକୁ ସମସ୍ତ ସାମ୍ବାଦିକ କଭର୍‌ କରିବେ। ଅକ୍ଟୋବର ୧୪ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ଐତିହାସିକ ମ୍ୟାଚ ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।
ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ବିଶ୍ୱକପ୍‌ର ପ୍ରଥମ ଦୁଇଟି ମ୍ୟାଚ ଖେଳିଥିଲା। ଉଭୟ ମ୍ୟାଚ୍‌ରେ ପାକିସ୍ତାନ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ ନେଦରଲ୍ୟାଣ୍ଡ ବିପକ୍ଷରେ ଏବଂ ଦ୍ୱିତୀୟ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିଲା। ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ପାକିସ୍ତାନ ଦିନିକିଆ ବିଶ୍ୱକପ୍‌ର ସବୁଠୁ ବଡ ଟାର୍ଗେଟକୁ ଗୋଡ଼ାଇଥିଲା।
ବାବର ଆଜମଙ୍କ ଦ୍ୱାରା ପରିଚାଳିତ ପାକିସ୍ତାନ ଦଳ ୨୭ ସେପ୍ଟେମ୍ବରରେ ଭାରତରେ ପହଞ୍ଚିଥିଲା। ଦଳ ହାଇଦ୍ରାବାଦରେ ଅବତରଣ କରିଥିଲା। ସେଠାରେ ସେମାନେ ବିଶ୍ୱକପ ପୂର୍ବରୁ ଉଭୟ ୱାର୍ମ ଅପ ମ୍ୟାଚ ଖେଳିଥିଲେ। ଏବେ ପାକିସ୍ତାନ ପରବର୍ତ୍ତୀ ମ୍ୟାଚ ପାଇଁ ଅହମ୍ମଦାବାଦ ଯିବ।

Share