Categories: ଖେଳ

ପାକିସ୍ତାନୀ ଖବରଦାତାଙ୍କୁ ମିଳିଲାନି ଭିଜା, ହ୍ବାର୍ଟସଆପ ଗ୍ରୁପ୍‌ ମାଧ୍ୟମରେ ପଚାରିବେ ପ୍ରଶ୍ନ…

ନୂଆଦିଲ୍ଲୀ,୯।୧୦: ପାକିସ୍ତାନ ଏହାର ବିଶ୍ୱକପ୍‌ ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ବର୍ତ୍ତମାନ ବାବର ଆଜାମଙ୍କ ଦଳ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟିବ। ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ୧୦ ଅକ୍ଟୋବରରେ ହାଇଦ୍ରାବାଦରେ ଖେଳାଯିବ। ଏଥି ସହିତ ଅକ୍ଟୋବର ୧୪ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ତେବେ ଭିଜା ନ ପାଇ ପାକିସ୍ତାନୀ ଖବରଦାତାମାନେ ଭାରତ ଆସିପାରିନାହାନ୍ତି। ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ଅସନ୍ତୋଷ ବ୍ୟକ୍ତ କରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଖବରଦାତାମାନଙ୍କୁ ଭିଜା ନ ମିଳିବା ଉପରେ ପିସିବି ଅସନ୍ତୁଷ୍ଟ। କିନ୍ତୁ ବର୍ତ୍ତମାନ ଯଦି ପାକିସ୍ତାନୀ ଖବରଦାତାମାନେ ଭାରତ ଆସିବାକୁ ସକ୍ଷମ ନୁହଁନ୍ତି, ତେବେ ଖବରଦାତା ସମ୍ମିଳନୀରେ ସେମାନେ କିପରି ପ୍ରଶ୍ନ ପଚାରିବେ? ବାସ୍ତବରେ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ହ୍ବାର୍ଟସଆପ ଗ୍ରୁପ କରିଛି। ଏହି ହ୍ବାର୍ଟସଆପ ମାଧ୍ୟମରେ ପାକିସ୍ତାନୀ ଖବରଦାତାମାନେ ଖବରଦାତା ସମ୍ମିଳନୀରେ ପ୍ରଶ୍ନ ପଚାରି ପାରିବେ।

Share