ନୂଆଦିଲ୍ଲୀ, ୧୬।୬: ୧୨ ବର୍ଷର ଝିଅକୁ ୭୨ ବର୍ଷ ବୟସ୍କ ବ୍ୟକ୍ତି ସହିତ ବିବାହ ଉଦ୍ୟମକୁ ପଣ୍ଡ କରି ଅଭିଯୁକ୍ତ ବରକୁ ଗିରଫ କରିଛି ପୋଲିସ। ପୋଲିସର ସୂଚନାନୁସାରେ, ଝିଅର ବାପା ଆଲାମ ସୟଦ ୭୨ ବର୍ଷୀୟ ବୃଦ୍ଧଙ୍କୁ ୫୦୦,୦୦୦ ଟଙ୍କାରେ ବିକ୍ରୟ କରିବାକୁ ରାଜି ହୋଇଥିଲେ। ‘ନିକ୍କା’ ପୂର୍ବରୁ ପୋଲିସ ଏଥିରେ ହସ୍ତକ୍ଷେପ କରି ହବିବ ଖାନ ନାମକ ୭୨ ବର୍ଷିୟ ବର ଏବଂ ‘ନିକା ଖୱାନ’ (ବିବାହ ଉତ୍ସବ ପାଳନ କରୁଥିବା ବ୍ୟକ୍ତି) କୁ ଗିରଫ କରିଥିଲା। କିନ୍ତୁ, ଝିଅର ବାପା ଘଟଣାସ୍ଥଳରୁ ପଳାୟନ କରିଥିଲେ।
ତେବେ ବାଲ୍ୟ ବିବାହ ଆଇନ ଅନୁଯାୟୀ ଝିଅର ବାପା, ୭୨ ବର୍ଷିୟ ପୁରୁଷ ଏବଂ ‘ନିକ୍କା ଖୱାନ’ ବିରୋଧରେ ମାମଲା ରୁଜୁ ହୋଇଛି। ବାଲ୍ୟ ବିବାହ ବିରୁଦ୍ଧରେ ଆଇନ ସତ୍ତ୍ୱେ ପାକିସ୍ତାନରେ ଏଭଳି ଘଟଣା ଜାରି ରହିଛି।
ସମ୍ପ୍ରତି, ରାଜପୁର ଏବଂ ଥାଟାରେ ପୋଲିସ ଏହିପରି ଉଦ୍ୟମକୁ ବିଫଳ କରିଥିଲେ, ଯେଉଁଠାରେ ନାବାଳିକାଙ୍କୁ ବୟସ୍କ ପୁରୁଷଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଇଥିଲା। ଗୋଟିଏ ମାମଲାରେ ପଞ୍ଜାବର ରାଜନପୁରର ଜଣେ ୧୧ ବର୍ଷର ବାଳିକା ଆରି ନ୍ୟୁଜ୍ ଅନୁଯାୟୀ ୪୦ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ବିବାହ କରିବାକୁ ସ୍ଥିର ହୋଇଥିଲା।
ଅନ୍ୟ ଏକ ପୃଥକ ଘଟଣାରେ, ଜଣେ ଯୁବତୀ ଥାଟାର ଜଣେ ୫୦ ବର୍ଷିୟ ଜମିଦାରଙ୍କୁ ଜବରଦସ୍ତ ବିବାହ କରିଥିଲେ କିନ୍ତୁ ସୌଭାଗ୍ୟବଶତଃ ପୋଲିସର ଠିକ୍ କାର୍ୟ୍ୟାନୁଷ୍ଠାନ ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା।
ଏହା ପୂର୍ବରୁ ମେ ୬ ରେ, ଜଣେ ୧୩ ବର୍ଷର ବାଳିକାକୁ ବିବାହ କରିବା ପାଇଁ ପୋଲିସ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା ।
ଜଣେ ୧୩ ବର୍ଷର ଝିଅ ସହିତ ଜଣେ ୭୦ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ତାଙ୍କ ପିତାଙ୍କ ଦ୍ୱାରା ବିବାହ କରିଥିଲେ। ସୂଚନା ପାଇ ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ନାବାଳିକାଙ୍କ ବର ଏବଂ ବାପାଙ୍କୁ ଗିରଫ କରିଛି।
ନିକ୍କା ଖୱାନ୍ ଏବଂ ବିବାହ ସାକ୍ଷୀଙ୍କୁ ମଧ୍ୟ ଗିରଫ କରାଯାଇଥିବାବେଳେ ନାବାଳିକାକୁ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା।