ମଝି ଆକାଶରେ ପାକିସ୍ତାନ ସୈନ୍ୟ ବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୪ ମୃତ

ମୁଲତାନ୍‌,୨୭।୧୨: ପାକିସ୍ତାନ ସୈନ୍ୟ ବାହିନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ହେଲିକପ୍ଟର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁ ମଝି ଆକାଶରେ ଜଳି ଯାଇଥିବା ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ସୈନ୍ୟଙ୍କ ମୃତଦେହ ନେଇ ଯାଉଥିବା ବେଳେ ଏଭଳି ଘଟିଛି। ଏସ୍ତୋର ଜିଲାର ଉତ୍ତରରେ ଥିବା ମିନିମର୍ଗ ଅଞ୍ଚଳରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୈନ୍ୟ ବାହିନୀ ପକ୍ଷରୁ କୁହାଯାଇଛି। ମୃତକଙ୍କ ମଧ୍ୟରେ ପାଇଲଟ୍‌, ସହକାରୀ ପାଇଲଟ ଏବଂ ଦୁଇ ସୈନ୍ୟ ରହିଛନ୍ତି।

Share