ନୂଆଦିଲ୍ଲୀ, ୫।୧୦: ଏଲ୍ଏସିରେ ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତକୁ ହଇରାଣ କରିବା ଲାଗି ଏଠାରେ ପାକିସ୍ତାନ ସୈନ୍ୟ ବାହିନୀ ଚାଇନାକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଛି। ଚାଇନା ଗଣମାଧ୍ୟମ ପ୍ରତିନିଧି ଶେନ୍ ଶିବାଇଙ୍କ ପକ୍ଷରୁ ଶୁଟିଂ କରାଯାଇଥିବା ଏକ ଭିଡ଼ିଓର ଏହି ସତ୍ୟର ପର୍ଦ୍ଦାଫାଶ୍ ହୋଇଛି। ୫୨ ସେକେଣ୍ଡର ଏହି ଭିଡ଼ିଓରେ ଚାଇନା ସୈନ୍ୟଙ୍କ ସହିତ ଥିବା ଜଣେ ବ୍ୟକ୍ତିଙ୍କୁ ନେଇ ସନ୍ଦେଇ ଉପୁଜିଛି। ତାଙ୍କର ଶରୀର ଗଠନ ଏବଂ ଚାଲିଚଳଣରୁ ସେ ପାକିସ୍ତାନ ସୈନ୍ୟ ବାହିନୀର ହୋଇଥିବା କୁହାଯାଉଛି। ଏହି ଭିଡ଼ିଓକୁ ଶେନ୍ ଟୁଇଟରରେ ଅପ୍ଲୋଡ୍ କରିଛନ୍ତି। ଏବେ ଅନ୍ତର୍ଜାତୀୟସ୍ତରରେ ଏହି ଭିଡ଼ିଓ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।