Categories: ଜାତୀୟ

ଭାରତ ସୀମାରେ ପାକିସ୍ତାନୀ ମୋବାଇଲ୍‌ ନେଟଓ୍ବାର୍କ ସକ୍ରିୟ…

ଜୟପୁର,୨୦।୭: ସୀମାରେ ପାକିସ୍ତାନୀ ନାଗରିକଙ୍କ ଅନୁପ୍ରବେଶ ସାଧାରଣ କଥା। ତେବେ ଏବେ ପାକିସ୍ତାନୀ ମୋବାଇଲ୍‌ ନେଟ୍‌ଓ୍ବାର୍କ ଭାରତ ସୀମାର ୪ କିଲୋମିଟର ଭିତରେ ମଧ୍ୟ ସକ୍ରିୟ ରହୁଛି। ରାଜସ୍ଥାନ ସୀମାରେ ଏଭଳି ପାକିସ୍ତାନୀ ମୋବାଇଲ୍‌ ନେଟ୍‌ଓ୍ବାର୍କର ଅନୁପ୍ରବେଶ ଜାରି ରହିଛି। ଏହାଦ୍ୱାରା ସୀମାରେ ଚୋରା କାରବାର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାର ଆଶଙ୍କା ରହିଛି। ଏଲ୍‌ଓସିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ପରେ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ସୂଚନା ହାସଲ କରିବା ପାଇଁ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ଏଭଳି ଜାଣି କରାଯାଉଥିବା ସନ୍ଦେହ କରାଯାଉଛି। ଗତ ୨ ମାସ ଧରି ସୀମାର ତାରବାଡ଼ଠାରୁ ୪ କିଲୋମିଟର ଭିତରେ ମଧ୍ୟ ପାକିସ୍ତାନୀ ମୋବାଇଲ୍‌ ନେଟଓ୍ବାର୍କ ସକ୍ରିୟ ରହୁଥିବାର ଜଣାପଡ଼ିଛି। ରାଜସ୍ଥାନ ସୀମାଠାରୁ କିଛି ଦୂରରେ ଗବର କେହ ମଙ୍ଗଳ, ଦୁନଙ୍ଗାବାଙ୍ଗ୍‌, ଭାଓ୍ବଲ ନଗର, ଜୁମାନ୍ତର,ମନ୍ଥର ବଙ୍ଗଲୋ, ମିନଚନ୍ଦାବାଦ, ଖୋଖାରପାର୍‌, ରହିମୟାର ଖାଁ, ହାରୁନାବାଦ ସମେତ ୧୭ଟି ସ୍ଥାନରେ ମୋବାଇଲ୍‌ ଟାଓ୍ବାର ସ୍ଥାପନ କରିଛି। ଏହା ମାଧ୍ୟମରେ ପାକିସ୍ତାନ ପାକ୍‌ ପଲ୍‌, ଭେରିଡେଟଲ୍‌, ଟେଲେନୋର୍‌ ସହିତ ୮ଟି ମୋବାଇଲ୍‌ ନେଟ୍‌ଓ୍ବାର୍କ ପ୍ରଦାନକାରୀ କମ୍ପାନୀ ଦ୍ୱାରା ସେବା ଯୋଗାଣ ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ବିଏସ୍‌ଏଫ୍‌ ପକ୍ଷରୁ ସୀମାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Share