Categories: ଜାତୀୟ

ନିୟନ୍ତ୍ରଣ ରେଖାର ୩ ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର, ୨୩।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ସକାଳେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ପୁଞ୍ଚ୍‌ ଜିଲାର କେର୍ନିି, କ୍ୱସବା ଏବଂ ଶାହପୁର ଆଦି ୩ଟି ସେକ୍ଟରରେ ପାକିସ୍ତାନ ପଟୁ ଘନଘନ ମୋର୍ଟାର ଶେଲିଂ ମାଡ଼ କରାଯାଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ଯବାନଙ୍କ ପକ୍ଷରୁ ଏହାର ଉତ୍ତରରେ ପାଲଟା ଗୁଳିମାଡ଼ କରାଯାଇଛି। ଚଳିତ ମାସରେ ଏହାକୁ ମିଶାଇ ପାକିସ୍ତାନ ୩୭ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରୁ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଜାଣିଶୁଣି ଏଭଳି କରୁଥିବା କୁହାଯାଉଛି।

Share