ବୁଡି ଯାଉଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କଲା ପାକିସ୍ତାନ ନୌସେନା

କରାଚି,୧୨ ।୮: ପାକିସ୍ତାନ ନୌସେନା ଗୁରୁବାର ଆରବ ସାଗରରେ ବୁଡିଯାଉଥିବା ଏକ ଡଙ୍ଗାରୁ ଏହାର ଚାଳକ ଦଳଙ୍କ ସମେତ ୯ ଭାରତୀୟ ସଦସ୍ୟଙ୍କୁ ଉଦ୍ଧାର କରିଛନ୍ତି । ପାକ ନୌସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ପାକିସ୍ତାନ ନୌସେନାର ଜନ ସମ୍ପର୍କ ମହାନିର୍ଦ୍ଦେଶକ ଏକ ବୟାନରେ କହିଛନ୍ତି, ଏହି ଘଟଣା ୯ ଅଗଷ୍ଟରେ ବେଲୋଚିସ୍ତାନର ଉପକୂଳ ସହର ଗ୍ୱାଦର ନିକଟରେ ଭାରତୀୟ ଡଙ୍ଗା ‘ଜମନା ସାଗର’ରେ ବୁଡି ଯାଇଥିଲା । ଏଥିରେ ୧୦ ଜଣ ଚାଳକ ସଦସ୍ୟ ଥିଲେ ।
ବୟାନ ଅନୁଯାୟୀ, ପାକିସ୍ତାନ ନୌସେନାକୁ ଏସମ୍ପର୍କରେ ଖବର ମିଳିବା ପରେ ବୁଡିଯାଉଥିବା ଡଙ୍ଗା ନିକଟରେ ଥିବା ଏକ ବ୍ୟବସାୟିକ ଜାହାଜ ‘ଏମଟି କୁଇବେକେ’କୁ ଅନୁରୋଧ କରାଯାଇଥିଲା । ପାକିସ୍ତାନୀ ଜାହଜଟି ବୁଡିଯାଉଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରି କୂଳରେ ଛାଡିବା ପରେ ନିଜ ଗନ୍ତବ୍ୟ ପଥରେ ଚାଲିଯାଇଥିଲା ।

Share