ଇସଲାମାବାଦ, ୩।୮: ରବିବାର ପାକିସ୍ତାନର ପ୍ରମୁଖ ଟିଭି ଚ୍ୟାନେଲ ଡ୍ରୋନ୍ ନ୍ୟୁଜ୍ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି। ହଠାତ୍ ଟିଭି ସ୍କ୍ରିନ୍ରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ଦେଖିବାକୁ ମିଳିଥିଲା। ଏହା ସହିତ ସ୍କ୍ରିନ୍ରେ ହ୍ୟାପି ଇଣ୍ଡିପେଡେନ୍ସ୍ ଡେ ମଧ୍ୟ ଲେଖା ଥିବା ଦେଖିବାକୁ ମିଳିଥିଲା। ଚ୍ୟାନେଲ ପକ୍ଷରୁ ଏକ ବିଜ୍ଞାପନ ପ୍ରସାରଣ କରାଯାଉଥିବା ସମୟରେ ଡଠାତ୍ ଏଭଳି ହୋଇଥିଲା। ଏବେ ଏହି ଘଟଣାର ଫଟୋ ଏବଂ ୧୬ ସେକେଣ୍ଡର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାର ତଦନ୍ତ ଜାରି ରହିଥିବା ଡ୍ରୋନ୍ ନ୍ୟୁଜ୍ ପକ୍ଷରୁ କୁହାଯାଇଛି।