ବିମାନରେ ବୋମା ଥିବା ନେଇ କହିବା ପଡିଲା ମହଙ୍ଗା, ଗିରଫ ହେଲେ ପାକିସ୍ତାନୀ ମୂଳ ବ୍ୟକ୍ତି

କାନବେରା,୧୬।୮: ଅଷ୍ଟ୍ରେଲିଆରେ ଜଣେ ପାକିସ୍ତାନୀ ମୂଳ ବ୍ୟକ୍ତି ମାଲେସିଆ ଏୟାରଲାଇନ୍ସର ବିମାନରେ ଯାତ୍ରା କରୁଥିବା ସମୟରେ ତାଙ୍କ ବ୍ୟାଗରେ ବୋମା ଥିବା ନେଇ କହିବା ମହଙ୍ଗା ପଡିଛି। ସୋମବାର ବିମାନରେ ବୋମା ଗୁଜବ ପ୍ରଚାର ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସେହି ବ୍ୟକ୍ତିଙ୍କ ଦାବି ମିଥ୍ୟା ବୋଲି ଜଣାପଡିଥିଲା। ଏଥି ସହିତ ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ପାକିସ୍ତାନୀ ମୂଳ ବ୍ୟକ୍ତିଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ପାକିସ୍ତାନର ପୂର୍ବତନ ମଡେଲ ତଥା ଅଭିନେତା ମହମ୍ମଦ ଆରିଫ।

Share