Categories: ବାଣିଜ୍ୟ

୧୪୫ କୋଟିର ଚାକିରି ଛାଡ଼ିଥିଲେ, ଏବେ ୮,୩୦୦ କୋଟିର କମ୍ପାନୀ ଛିଡ଼ା କରି ଚର୍ଚ୍ଚାରେ ଏହି ମହିଳା

ପାକିସ୍ତାନୀ ବଂଶୋଦ୍ଭବ ସୁନୀରା ମଧାନୀ ହେଉଛନ୍ତି ଆମେରିକାର ଜଣେ ଜଣାଶୁଣା ମହିଳା ବ୍ୟବସାୟୀ। ସେ ଫ୍ଲୋରିଡା ବିଶ୍ୱବିଦ୍ୟାଳୟରୁ ଫାଇନାନ୍ସରେ ସ୍ନାତକ କରିଥିଲେ। ପରେ ସେ ଆମେରିକାର ଅଟଲାଣ୍ଟାର ପେମେଣ୍ଟ ପ୍ରୋସେସର କମ୍ପାନୀ ‘ଫାଷ୍ଟ ଡାଟା’ ଲାଗି କାମ କରିଥିଲେ। ହେଲେ ଚାକିରିରେ ତାଙ୍କ ମନ ଲାଗି ନ ଥିଲା। ଫଳରେ ସେ ଭାଇଙ୍କ ସହ ମିଶି ନିଜର ଏକ କମ୍ପାନୀ କରିବେ ବୋଲି ବିଚାର କରିଥିଲେ।


ସୁନୀରା ୨୦୧୪ରେ ଭାଇ ରହମତୁଲ୍ଲାଙ୍କ ସହ ମିଶି ‘ଷ୍ଟାକ୍ସ’ କମ୍ପାନୀ କରିଥିଲେ। ସେ ମାସିକିଆ ସବ୍‌ସ୍କ୍ରିପ୍‌ଶନ ଥିବା ପ୍ଲାଟଫର୍ମ ଛିଡ଼ା କରିଥିଲେ। ପ୍ରଥମ ଥରରେ ସେ ୧୦୦ ଗ୍ରାହକ ହାସଲ କରିଥିଲେ। ଏହି ସମୟରେ ତାଙ୍କ ପାଖକୁ କମ୍ପାନୀକୁ କିଣିବା ଲାଗି ୧୪୫ କୋଟିର ଅଫର ଆସିଥିଲା। ହେଲେ ସେ ତାକୁ ଏଡାଇ ଦେଇଥିଲେ।


ସୁନୀରା ଜଣେ ମହିଳା ଉଦ୍ୟୋଗୀ ହେବାର ସ୍ବପ୍ନ ଦେଖିଥିଲେ। ଏଥିଲାଗି ସେ ‘ସିଇଓ ସ୍କୁଲ’ ସ୍ଥାପନ କରିଥିଲେ। ଧିରେ ଧିରେ ସେ ୧ବିଲିୟନ ଡଲାର ଅର୍ଥାତ ୮୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଥିବା କମ୍ପାନୀର ମାଲିକ ହୋଇପାରିଥିଲେ।


ସୁନୀରା ମୁଳତଃ ପାକିସ୍ତାନର, ତାଙ୍କର ବାପାମା’ କରାଚୀରେ ରହୁଥିଲେ। ଏବେ ସେ ୩୪ ବର୍ଷର ହୋଇଥିବା ବେଳେ ଅନେକ ମହିଳାଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

Share