ସବୁଠୁ ଖରାପ ସ୍ଥିତିରେ ପାକିସ୍ତାନ ପାସପୋର୍ଟ, ମାତ୍ର ୩୨ ଦେଶକୁ କରିପାରିବେ ଯାତ୍ରା

ଇସଲାମାବାଦ,୨୦ା୭: ପାକିସ୍ତାନ ପାସପୋର୍ଟ ଦୁନିଆର ସବୁଠାରୁ ଖରାପ ର଼୍ୟାଙ୍କ ଅର୍ଥାତ୍‌ ଚତୁର୍ଥ ସ୍ଥାନରେ ରହିଛି। ବର୍ଷେ ପୂର୍ବରୁ ମଧ୍ୟ ଏହି ପାସପୋର୍ଟର ସ୍ଥାନ ଏପରି ଥିଲା। ଏହି ପାସପୋର୍ଟ ମାଧ୍ୟମରେ କେବଳ ଲୋକେ ୩୨ଟି ସ୍ଥାନ ପରିଦର୍ଶନ କରିପାରିବେ। ୨୦୨୨ ପାଇଁ ୧୯୯ ପାସପୋର୍ଟକୁ ହେନଲି ପାସପୋର୍ଟ ଇଣ୍ଡେକ୍ସରେ ଅନ୍ତର୍ଭୁକ୍ତ କରାଯାଇଛି। ଦୁନିଆରେ ୩୨ଟି ଦେଶ ମଧ୍ୟରେ ପାକିସ୍ତାନୀ ନାଗରିକମାନେ ବିନା ଭିଜା ମାଧ୍ୟମରେ ଯାତ୍ରା କରିପାରିବେ। ଏହି ମାନ୍ୟତା ଅନ୍ତର୍ଜାତୀୟ ବିମାନ ପରିବହନ ସଂଘର ତଥ୍ୟ ଉପରେ ଆଧାରିତ। ଆସୋସିଏଶନ ଭ୍ରମଣ ସୂଚନା ନିମନ୍ତେ ବିଶ୍ୱର ସର୍ବବୃହତ ଡାଟାବେସ୍‌ ପରିଚାଳନା କରେ ।

ର଼୍ୟାକିଂରେ ପାକିସ୍ତାନ ପଛକୁ ଇରାକ୍‌, ଆଫଗାନିସ୍ତାନ ଏବଂ ସିରିଆ ରହିଛି। ୧୯୯ଟି ଦେଶର ମାନ୍ୟତାରେ ପାକିସ୍ତାନ ୧୦୯ ନମ୍ବରରେ ରହିଛି। ସିରିଆ ୧୧୦ ତମ। ଇରାକ ୧୧୧ ତମ ଏବଂ ଆଫଗାନିସ୍ତାନ ୧୧୨ତମ ସ୍ଥାନରେ ରହିଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୨ ଅନୁଯାୟୀ, ଭାରତ ୮୭ ନମ୍ବରରେ ରହିଛି। ଭାରତର ଲୋକମାନେ ୬୦ଟି ଦେଶକୁ ଭିଜା କିମ୍ବା ଭିଜା ବିନା ଯାତ୍ରା କରିପାରିବେ। ମରିସାନିଆ ଏବଂ ତାଜିକିସ୍ତାନ ମଧ୍ୟ ୮୭ ନମ୍ବରରେ ରହିଛନ୍ତି।

Share