ପାକିସ୍ତାନକୁ ବନ୍ଧୁ ମାଲେସିଆର ଝଟକା: ଟଙ୍କା ନଦେବା ଯୋଗୁ ଜବତ କରିନେଲା ବିମାନ

କୁଆଲାଲମ୍ପୁର,୧୫।୧: ବନ୍ଧୁ ମାଲେସିଆ ଦ୍ୱାରା ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ମାଲେସିଆ କର୍ତ୍ତୃପକ୍ଷ ଶୁକ୍ରବାର କୁଆଲାଲମ୍ବୁର ବିମାନବନ୍ଦରରେ ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସ(ପିଆଇଏ)ର ପ୍ଲେନ୍‌କୁ ଜବତ କରିଛନ୍ତି। ସ୍ଥାନୀୟ କୋର୍ଟଙ୍କ ଆଦେଶ ପରେ ବିମାନକୁ ଜବତ କରାଯାଇଛି।

୨୦୧୫ରେ ଭିଏତନାମ୍‌ କମ୍ପାନୀରୁ ଲିଜ୍‌ ସ୍ବରୂପ ବୋଇଙ୍ଗ-୭୭୭ ସମେତ ଦୁଇଟି ବିମାନକୁ ନିଆଯାଇଥିଲା। ହେଲେ ବାକି ଥିବା ଲିଜ୍‌ ଟଙ୍କା ଦେବାରେ ବିଫଳ ହୋଇଥିଲା। ଶୁକ୍ରବାର ବିମାନଟି କରାଚିରୁ ମାଲେସିଆରେ ପହଞ୍ଚିବା ପରେ ବୋଇଙ୍ଗ-୭୭୭ ପ୍ଲେନ୍‌କୁ ଜବତ କରାଯାଇଛି। ତେବେ ବିମାନକୁ ଜବତ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ଏଣୁ ବିମାନରେ ଥିବା ୧୮ଜଣ କର୍ମଚାରୀ ଫସି ରହିଛନ୍ତି। ସମସ୍ତଙ୍କୁ ପ୍ରୋଟୋକଲ ଅନୁଯାୟୀ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାପଡ଼ିଛି।

ପାକିସ୍ତାନ ଏବେ ଋଣ ଭାରରେ ଅଛି। ଦିନକୁ ଦିନ ଦେଶର ସମସ୍ୟା ବଢ଼ିବାରେ ଲାଗିଛି। କିଛିଦିନ ତଳେ ପିଆଇଏର ୪୦% ପାଇଲଟ ନକଲି ବୋଲି ଜଣାପଡ଼ିଥିଲା।

Share