ରାଉଲପିଣ୍ଡି,୮।୩: ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ରାୱଲପିଣ୍ଡିରେ ଖେଳାଯାଉଛି। ଓପନର୍ ଇମାମ-ଉଲ-ହକ (୧୫୭) ଏବଂ ଅଜହର ଅଲି (୧୮୫)ଙ୍କ ଚମତ୍କାର ବ୍ୟାଟିଂ ଆଧାରରେ ପାକିସ୍ତାନ ୪୭୬ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ଭଲ ବ୍ୟାଟିଂ କରି ୭ ଉଇକେଟ ହରାଇ ୪୪୯ ରନ୍ କରିଛି। ମ୍ୟାଚର ଚତୁର୍ଥ ଦିନରେ ଏକ ମଜାଳିଆ ଘଟଣା ଦେଖିବାକୁ ମିଳିଥିଲା। ଜଣେ ବଦଳ ଫିଲ୍ଡର ଭାବରେ ଫିଲ୍ଡିଂ କରୁଥିବାବେଳେ ବେଳେ ପାକିସ୍ତାନୀ ଖେଳାଳି ଶାନ ମାସୁଦଙ୍କ ପ୍ୟାଣ୍ଟ ଚିରି ଯାଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହା ଦେଖି ଲୋକେ ମଜାଳିଆ କମେଣ୍ଟ ଦେଇଥିଲେ।
ଅଷ୍ଟ୍ରେଲିଆ ଇନିଂସର ୧୨୩ ତମ ଓଭରରେ ଏହି ଘଟଣା ଘଟିଥିଲା। ନୌମାନ ଅଲି ବୋଲିଂ କରୁଥିଲେ। ଅଷ୍ଟ୍ରେଲୀୟ ଉଇକେଟ କିପର ଆଲେକ୍ସ କେରି ନୌମାନଙ୍କ ଏହି ଓଭରର ପଞ୍ଚମ ବଲରେ ଓଲଟା ସୁଇପ ଖେଳିଥିଲେ। ବଲ ପଏଣ୍ଟ ଆଡକୁ ଗଲା, ଫିଲ୍ଡର ଶାନ ମାସୁଦଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ସୀମାରେ ରଖାଯାଇଥିବା ବ୍ୟାନରରେ ବଲ୍ ରୋକିବାବେଳେ ମାସୁଦଙ୍କ ପ୍ୟାଣ୍ଟ ଚିରିଯାଇଥିଲା।