Advertisement

ଚକୋଲେଟ୍‌ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା

ଇସଲାମାବାଦ୍‌: ପାକିସ୍ତାନକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି। ଦକ୍ଷିଣ କୋରିଆରେ ପାକିସ୍ତାନର ଦୁଇ ରାଜନେତା ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ନେତା କୌଣସି ବଡ଼ ଜିନିଷ ଚୋରି କରିନାହାନ୍ତି। ଚକୋଲେଟ୍‌ ଏବଂ ଟୋପି ଚୋରି କରିଛନ୍ତି। ସିସିଟିଭିରେ ଏହି ଚୋରି ଘଟଣା କଏଦ ହୋଇଛି। ଏହି ଘଟଣାରେ ଲୋକେ ପାକିସ୍ତାନକୁ ଖୁବ୍‌ ଗାଳି କରୁଛନ୍ତି। ଏହା ପାକିସ୍ତାନୀ ରାଜନେତାଙ୍କ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ନିଜ ଦେଶର କିଛି ଅସାଧୁ ବ୍ୟକ୍ତିବିଶେଷଙ୍କ ପାଇଁ ଅପମାନିତ ହୋଇ କ୍ଷମା ମାଗି ସାରିଛି।

ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦୂତାବାସର ଦୁଇ କର୍ମଚାରୀ ଦକ୍ଷିଣ କୋରିଆରେ ୧୯୦୦ ବର୍ନ ଚକୋଲେଟ୍‌ ଚୋରି କରିଥିବା ଅଭିଯୋଗ ହୋଇଛି। ସେହିପରି ୧୧୦୦ ଟୋପି ମଧ୍ୟ ଚୋରି କରିଛନ୍ତି। ଚୋରି ସମ୍ପର୍କରେ ଷ୍ଟୋର ମାଲିକ ମାମଲା ଦାୟର କରିଥିଲେ। ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଥିଲା ଚୋର ଆଉ କେହି ନୁହନ୍ତି, ପାକିସ୍ତାନର ହିଁ ଅଟନ୍ତି। ଏଥିରେ ଦୁଇ ଅଭିଯୁକ୍ତ ଗିରଫ ହୋଇନାହାନ୍ତି ମାତ୍ର ସମଗ୍ର ବିଶ୍ୱରେ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡ଼ିଛି। ତେବେ ପାକିସ୍ତାନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share