ସାନ୍ନ୍,୧୮।୧: ପାକିସ୍ତାନରେ ପ୍ରଦର୍ଶନକାରୀ ହାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଧରି ରାଲି କରିଛନ୍ତି। ସ୍ବତନ୍ତ ସିନ୍ଧ୍ ଦେଶ ଦାବି କରି ସାନ୍ନ୍ ସହରରେ ଏହି ପ୍ରଦର୍ଶନ କରାଯାଇଛି। ପୃଥିବୀର ବିଭିନ୍ନ ଦେଶର ନେତାଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ପ୍ରଦର୍ଶନକାରୀ ସିନ୍ଧୁ ଦେଶ ଗଠନ ଲାଗି ସହାୟତା ଲୋଡ଼ିଛନ୍ତି। ପାକିସ୍ତାନ ସୁରକ୍ଷାକର୍ମୀ ସ୍ଥାନୀୟ ଲୋକଙ୍କ ଘରେ ତଲାସୀ ଅଭିଯାନ କରି ଏଭଳି ଫଟୋ ଥିବା ପୋଷ୍ଟର ଜବତ କରିଛନ୍ତି। ଆଧୁନିକ ସିନ୍ଧ୍ ରାଷ୍ଟ୍ରବାଦ ସଂସ୍ଥାପକ ଜି.ଏମ୍. ସୈୟଦ୍ଙ୍କ ୧୧୭ ତମ ଜୟନ୍ତୀ ଅବସରରେ ଏଭଳି ପ୍ରଦର୍ଶନ କରାଯାଇଛି। ଏହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।