Categories: ଜାତୀୟ

ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ…

ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ। ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲୁଚିଥିବା ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଭାବେ ତାଲିମ ପ୍ରାପ୍ତ ବୋଲି ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି। ତେବେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବାରେ ପାକିସ୍ତାନର ହାତ ରହିଛି। ଅବସର ପ୍ରାପ୍ତ ପାକିସ୍ତାନୀ ସୈନ୍ୟ ଆତଙ୍କବାଦୀଙ୍କୁ ଘନ ଜଙ୍ଗଲରେ ବାଟ କଢାଇ ନେଉଛନ୍ତି।

୧୧ ଅକ୍ଟୋବରଠାରୁ ଭାରତୀୟ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନ ଅପରେଶନ ଅଲ୍‌ ଆଉଟ୍‌ ଯୋଗୁ ବହୁ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଗତ ୧୫ ଦିନ ଧରି ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ଏହ। ପୂର୍ବରୁ ୨୦୦୮ ଡିସେମ୍ବରରେ ଜମ୍ମୁ-କଶ୍ମୀରରେ ୯ ଦିନର ଅପରେଶନ୍‌ ଜାରି ରହିଥିଲା। ସେହିପରି ୨୦୦୯ରେ ଦୀର୍ଘଦିନ ଧରି ଅପରେଶନ୍‌ ହୋଇଥିଲା। ଫଳରେ ଆତଙ୍କବାଦୀମାନେ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ଚଳିତ ବର୍ଷ ପୁଣି ସେଭଳି ଅପରେଶନ ଜାରି ରହିଥିବା କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ କୁହାଯାଇଛି।

Share