ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ତିକ୍ତତାର ଖବର ଆସିଥାଏ। କିନ୍ତୁ ଏଥର ରକ୍ଷାବନ୍ଧନ ଅବସରରେ ଦୁଇ ଦେଶ ମଧ୍ୟରେ ପ୍ରେମ ଦେଖିବାକୁ ମିଳିବ। ପାକିସ୍ତାନର କମର ମୋହସିନ ଶେଖ ଅର୍ଥାତ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାକ୍ଷୀ ଭଉଣୀ ଏଥର ନିଜେ ନିଜ ଭାଇଙ୍କୁ ରାକ୍ଷୀ ବାନ୍ଧିବେ।

କମର ମୋହସିନ ଶେଖ ନିଜେ ଏଥର ନିଜେ ରାକ୍ଷୀ ତିଆରି କରିଛନ୍ତି। ସେ ଏହି ବିଷୟରେ ଖବରଦାତାମାନଙ୍କ ସହ କଥା ହୋଇ କହିଛନ୍ତି, ଥର ମୁଁ ନିଜେ ରାକ୍ଷୀ ତିଆରି କରିଛି। ମୁଁ ତାଙ୍କୁ କୃଷି ସମ୍ବନ୍ଧୀୟ ଏକ ପୁସ୍ତକ ମଧ୍ୟ ଦେବି କାରଣ ସେ ପଢିବାକୁ ଭଲ ପାଆନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨-୩ ବର୍ଷ ଧରି ମୁଁ କୋଭିଡ କାରଣରୁ ରାକ୍ଷୀ ବାନ୍ଧିବାକୁ ଯାଇପାରିନାହିଁ, କିନ୍ତୁ ଏଥର ମୁଁ ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ରାକ୍ଷୀଙ୍କୁ ବାନ୍ଧିବି।

Share