Categories: ଖେଳ

ଏସିଆ କପ ପୂର୍ବରୁ ବାବର ଆଜମଙ୍କ ଚେତାବନୀ, କହିଲେ ପାକିସ୍ତାନୀ ଟିମ…

ଇସଲାମାବାଦ,୨୨।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ୨୦୨୩ର ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଅଗଷ୍ଟ ୩୦ରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଏକ ମ୍ୟାଚ ସହିତ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ପାକିସ୍ତାନ ଦଳ ଏଥର ଏହି ଟୁର୍ନାମେଣ୍ଟ ଆୟୋଜନ କରୁଛି, ହେଲେ ନିଜ ଘରେ ମାତ୍ର ୪ଟି ମ୍ୟାଚ ଖେଳାଯିବ, ଅବଶିଷ୍ଟ ୯ଟି ମ୍ୟାଚ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ଦଳ ବିଷୟରେ ଏକ ବଡ଼ ବିବୃତ୍ତି ସାମ୍ନାକୁ ଆସିଛି।

ଏସିଆ କପ ପ୍ରସ୍ତୁତି ପାଇଁ ପାକିସ୍ତାନ ଦଳ ୨୨ ଅଗଷ୍ଟରୁ ଶ୍ରୀଲଙ୍କାରେ ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାକୁ ଯାଉଛି।ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ବାବର ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ, ତାଙ୍କ ଦଳର ଖେଳାଳିମାନେ ଆଗାମୀ ଏସିଆ କପ ଏବଂ ବିଶ୍ୱକପ ଟାଇଟଲ ଜିତିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ବାବର କହିଛନ୍ତି ଯେ, ଦଳରେ ଉପସ୍ଥିତ ଥିବା ପ୍ରତ୍ୟେକ ଖେଳାଳି ଭଲ ପ୍ରଦର୍ଶନ କରିବା ସହିତ ସଫଳତା ହାସଲ କରିବାକୁ ଚାହୁଁଛନ୍ତି। ଆମେ ଗତ କିଛି ମ୍ୟାଚରେ ମଧ୍ୟ ଦେଖିଛୁ ଯେ ବିଭିନ୍ନ ମ୍ୟାଚରେ ବିଭିନ୍ନ ଖେଳାଳି ‘ ପ୍ଲେୟର ଅଫ୍‌ ଦ ମ୍ୟାଚ’ର ଟାଇଟଲ ନିଜ ନାଁରେ କରିଛନ୍ତି। ଦଳ ପାଇଁ ଏହା ବହୁତ ଭଲ କଥା।

 

Share