Categories: ଖେଳ

ପାକିସ୍ତାନୀ ସ୍ନୁକର ଖେଳାଳି ମାଜିଦ୍‌ଙ୍କ ଆତ୍ମହତ୍ୟା

କରାଚୀ, ୧।୭ (ପି.ଟି.): ପାକିସ୍ତାନର ବିଶିଷ୍ଟ ସ୍ନୁକର ଖେଳାଳି ତଥା ୨୧ ବର୍ଷରୁ କମ୍‌ ଏସିଆନ ରୌପ୍ୟ ବିଜେତା ମାଜିଦ୍‌ ଅଲି ପଞ୍ଜାବ ଅନ୍ତର୍ଗତ ଫୈଜଲାବାଦ ନିକଟବର୍ତ୍ତୀ ନିଜ ସହର ସାମୁନ୍ଦ୍ରିରେ ଆତ୍ମହତ୍ୟା କରିଛନ୍ତି। ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ପୋଲିସ କହିବା ଅନୁସାରେ ମାଜିଦ୍‌ ତାଙ୍କ ଖେଳିବା ଦିନଠାରୁ ଅବସାଦରେ ପୀଡ଼ିତ ଥିଲେ। ସେ ଏକ କାଠକଟା ମେଶିନ ସହାୟତାରେ ତାଙ୍କ ଜୀବନ ହାରିଛନ୍ତି। ମାଜିଦ୍‌ ପାକିସ୍ତାନ ତରଫରୁ ବହୁ ଅନ୍ତର୍ଜାତୀୟ ଇଭେଣ୍ଟରେ ପ୍ରତିନିଧିତ୍ୱ କରିଛନ୍ତି। ଜାତୀୟ ସ୍ତରରେ ସେ ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ଥିଲେ। ମାସକ ମଧ୍ୟରେ ମୃତ୍ୟୁବରଣ କରିବାରେ ମାଜିଦ୍‌ ହେଉଛନ୍ତି ଦ୍ୱିତୀୟ ସ୍ନୁକର ଖେଳାଳି। ଗତ ମାସରେ ଅନ୍ୟ ଜଣେ ସ୍ନୁକର ଖେଳାଳି ମହମ୍ମଦ ବିଲାଲଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି।

Share