Categories: ଜାତୀୟ

ପାକିସ୍ତାନୀ ଗୁପ୍ତଚର ଗିରଫ…

ଜୈସଲମେର,୨୮।୧୧: ରାଜସ୍ଥାନର ଜୈସଲମେରରେ ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ନାମ ନବାବ ଖାଁ। ତାଙ୍କ ବୟସ ୩୨ ବର୍ଷ। ସେ ଚାନେସର ଖାଁ ଅଞ୍ଚଳର ବାସିନ୍ଦା। ଏହି ପାକିସ୍ତାନୀ ଗୁପ୍ତଚରଙ୍କୁ ଭାରତୀୟ ସୁରକ୍ଷା ଏଜେନ୍ସି ଗିରଫ କରିଛି।

ନବାବ ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସଆଇ ପାଇଁ ସ୍ଲିପର ସେଲ ଭାବେ କାମ କରୁଥିଲେ। ଗିରଫ ପରେ ତାଙ୍କୁ ଅଧିକ ପଚରାଉଊଚରା ଲାଗି ଜୟପୁରକୁ ଅଣାଯାଇଛି । ଇଣ୍ଟେଲିଜେନ୍ସ ଡାଇରେକ୍ଟର ଜେନେରାଲ ଉମେଶ ମିଶ୍ର କହିଛନ୍ତି ଯେ ଅଭିଯୁକ୍ତ ନବାବ ମୋବାଇଲ ସିମ କାର୍ଡ ବିକ୍ରି କରୁଥିବା ଏକ ଛୋଟ ଦୋକାନ ଚଳାଉଛନ୍ତି।

ଦୀର୍ଘ ଦିନ ଧରି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ପାଇଁ ସେ ଗୁପ୍ତଚର କାର୍ଯ୍ୟ କରୁଛନ୍ତି। ମିଶ୍ର କହିଛନ୍ତି ଯେ ନବାବ ୨୦୧୫ରେ ପାକିସ୍ତାନ ଯାଇଥିଲେ ଯେଉଁଠାରେ ସେ ଜଣେ ଆଇଏସଆଇ ହ୍ୟାଣ୍ଡେଲରଙ୍କ ସହ ଯୋଗାଯୋଗ କରିଥିଲେ।

ସେଠାରେ ତାଙ୍କୁ ୧୫ ଦିନ ତାଲିମ ଦିଆଯାଇଥିଲା ଏବଂ ଏହାର ପ୍ରତିବଦଳରେ ୧୦,୦୦୦ ଟଙ୍କା ମଧ୍ୟ ଦିଆଯାଇଥିଲା। ପରେ ସେ ଭାରତକୁ ଫେରିବା ଫେରି ପାକିସ୍ତାନ ଏଜେନ୍ସି ପାଇଁ ଗୁପ୍ତଚର କାର୍ଯ୍ୟ ଆରମ୍ଭ କରିଥିଲେ। ମିଶ୍ର କହିଛନ୍ତି ଯେ ଅଭିଯୁକ୍ତମାନେ ଭାରତୀୟ ସେନାର ସ୍ଥାନୀୟ କାର୍ଯ୍ୟକଳାପ ସହ ଜଡିତ ତଥ୍ୟକୁ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ହ୍ୟାଣ୍ଡେଲରଙ୍କ ନିକଟକୁ ପଠାଉଥିଲେ।

Share