Categories: ଜାତୀୟ

ରାଜଧାନୀରୁ ପାକିସ୍ତାନ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ,୧୨ ।୧୦: ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗର ଅଞ୍ଚଳରୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ମଙ୍ଗଳବାର ଗିରଫ କରିଛି । ଭାରତୀୟ ନାଗରିକର ଏକ ଭୁଲ୍ ପରିଚୟ ପତ୍ରରେ ସେ ଦିଲ୍ଲୀରେ ରହୁଥିବା ପୋଲିସ କହିଛି । ତାଙ୍କ ନିକଟରୁ ଏକ ଏକେ୪୭, ଗୋଟିଏ ଅଲଗା ମାଗାଜିନ, ୬୦ ରାଉଣ୍ଡ ଗୁଳି, ହାତ ବୋମା, ଦୁଇଟି ସୋଫିଷ୍ଟିକେଟେଡ ପିସ୍ତଲ ସହ ୫୦ ରାଉଣ୍ଡ ଗୁଳି ଜବତ କରାଯାଇଛି । ଗିରଫ ହୋଇଥିବା ଆତଙ୍କବାଦୀ ଜଣଙ୍କ ହେଉଛନ୍ତି ମହମ୍ମଦ ଅସରଫ । ପାକିସ୍ତାନର ପଞ୍ଜାବ ଅଞ୍ଚଳ ବାସିନ୍ଦା । ସେ ଗିରଫ ହେବା ପରେ ଆତଙ୍କବାଦୀ ଜଣଙ୍କ ରହୁଥିବା ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପରେଶନ ଜାରି ରଖିଛି । ପାର୍ବଣ ଋତୁ ଚାଲିଥିବାରୁ କୌଣସି ବଡ ଧରଣର ଆକ୍ରମଣ ଯୋଜନାରେ ହୁଏତ ଏହି ଆତଙ୍କବାଦୀ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

Share