ତାଲିବାନ ଦଖଲ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ସକ୍ରିୟ, ଜାତିସଂଘ ରିପୋର୍ଟ…

ଜେନେଭା/କାବୁଲ, ୩୦।୫ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେଠାରେ ସେମାନେ ପ୍ରଶିକ୍ଷଣ ଶିବିର ଚଳାଉଛନ୍ତି ଏବଂ ଶାସକ ତାଲିବାନ ସହିତ ମଲ ସମ୍ପର୍କ ସ୍ଥାପନ କରିଛନ୍ତି। ମିଳିତ ଜାତିସଂଘର ମନିଟରିଂ ଗ୍ରୁପର ଆଫଗାନିସ୍ତାନ ଉପରେ ହୋଇଥିବା ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତୀୟ ଉପମହାଦେଶରେ ଅଲ କାଏଦାର ୧୮୦ ରୁ ୪୦୦ ସଦସ୍ୟ ସକ୍ରିୟ ଅଛନ୍ତି। ସେମାନେ ବାଂଲାଦେଶ, ଭାରତ, ମ୍ୟାନ୍‌ମାର, ପାକିସ୍ତାନ ନାଗରିକ ଏବଂ ଆଫଗାନିସ୍ତାନରେ ବେଶ୍‌ ସକ୍ରିୟ ରହିଛନ୍ତି।

ଆଫଗାନିସ୍ତାର ଗଜନୀ, ହେଲମନ୍ଦ, କନ୍ଧାହାର, ନିମରୁଜ୍‌, ପତିକା, ଜାବୁଲ ଆଦି ପ୍ରଦେଶରେ ଅଲ୍‌ କାଏଦା ଅଧିକ ସକ୍ରିୟ ରହିଛନ୍ତି। ଏଥିସହ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ଆଫଗାନିସ୍ତାନ ଶାସନ ଅଧୀନରେ ଅଲ-କାଏଦା ଅଧିକ ସ୍ବାଧୀନ ଭାବେ କାର୍ଯ୍ୟ କରୁଛି। ତେବେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଅଭାବରୁ ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆଫଗାନିସ୍ତାନ ବାହାରେ ଲ୍‌ କାଏଦା ପକ୍ଷରୁ ଆକ୍ରମଣ କିମ୍ବା ପ୍ରତ୍ୟକ୍ଷ ଆକ୍ରମଣ କରିବା ସମ୍ଭବ ନୁହେଁ।

ଏହି ରିପୋର୍ଟରେ ଦର୍ଶାଯାଇଛି ନଙ୍ଗରହରରେ ଜୈଶ୍‌ର ଆଠଟି ତାଲିମ ଶିବିର ରହିଛି। ସେଥିମଧ୍ୟରୁ ତିନୋଟି ସିଧାସଳଖ ତାଲିବାନ ଅଧୀନରେ ଅଛି। ସେହିପରି କୁନାର ଏବଂ ନାଙ୍ଗରହାରରେ ଲଶ୍କରର ତିନୋଟି ଶିବିର ରହିଛି ଏବଂ ତାଲିବାନ କାର୍ଯ୍ୟକଳାପକୁ ଅର୍ଥ ଏବଂ ତାଲିମ ପ୍ରଦାନ କରା ଯାଉଛି। ଜାନୁୟାରୀ ୨୦୨୨ରେ ଜାତିସଂଘ ସଦସ୍ୟ ରାଷ୍ଟ୍ରର ଏକ ପ୍ରତିନିଧୀ ଦଳ ନାଙ୍ଗରହାରର ହାସ୍କା ମେନା ଜିଲାର ଲଶ୍କର-ଇ-ତୋଏବା ଦ୍ୱାରା ବ୍ୟବହୃତ ଏକ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରିଥିଲେ।

ପାକିସ୍ତାନର ଡନ ଖବରକାଗଜ ଅନୁଯାୟୀ, ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନ-ପାକିସ୍ଥାନ ସୀମାରେ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଅଞ୍ଚଳରେ ୪,୦୦୦ ଆତଙ୍କବାଦୀ ରହିଛନ୍ତି। ସେଠାରେ ବିଦେଶୀ ଆତଙ୍କବାଦରମାନଙ୍କର ଏକ ବୃହତ ଦଳ ଗଠନ କରାଯାଇଛି। ଗତ ବର୍ଷ ଅଗଷ୍ଟରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଏହା ପାକିସ୍ତାନର ପ୍ରଥମ ରିପୋର୍ଟ। ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ପିସ୍‌ ଷ୍ଟଡିଜ ଦ୍ୱାରା ଆକଳନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ଚଳିତ ବର୍ଷ ଆତଙ୍କବାଦୀ ଗୋଷ୍ଠୀ ୪୬ ଟି ଆକ୍ରମଣ କରିଛନ୍ତି। ଏଥିରେ ୭୯ ଜଣଙ୍କର ମୃତ୍ୟୁ ଘଟିଥିଲା।

Share