ଶ୍ରୀନଗର,୧।୧୧: ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସୁରକ୍ଷା ବଳ ପଣ୍ଡ କରିଦେଇଛି। କୁପଓ୍ବାରା ଜିଲାର କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ପାକ୍ ଆତଙ୍କବାଦୀ ଯବାନଙ୍କ ଗୁଳିରେ ନିହତ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ କହିଛି। ଅନ୍ୟ ଅନୁପ୍ରବେଶକାରୀ ଲୁଚିଥିବା ଆଶଙ୍କାରେ ତଲାସି ଅଭିଯାନ ଜାରି ରହିଛି।