ଟିକ୍‌ଟକ୍‌ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି

ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍‌ ଧମାଲ ମଚାଇଛି। ଟିକଟକ୍‌ରେ ଫଲୋଅର୍ସ ବଢାଇବା ପାଇଁ ୟୁଜର୍ସ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି। ଏହିପରି ଜଣେ ଦମ୍ପତି ଏମିତି ଏକ ଭିଡିଓ ଛାଡି ଚର୍ଚ୍ଚାର ପରସରକୁ ଆସିଛନ୍ତି। ଫଲୋଅର୍ସ ବଢାଇବା ପାଇଁ ଜଣେ ମହିଳା ସ୍ବାମୀଙ୍କ ମୃତ୍ୟୁର ଏକ ନକଲି ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରି ଏହାକୁ ନିଜ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାଦ୍ୱାରା ମହିଳାଙ୍କ ଫଲୋଅର୍ସ ତ ବଢି ନ ଥିଲା ଲୋକେ ସହାନୁଭୂତି ଦେଖାଇବା ପାଇଁ ତାଙ୍କ ଘରେ ପହଞ୍ଚିବା ଆରମ୍ଭ କରିଥିଲେ। ଏହାପରେ ପ୍ରକୃତ ରହସ୍ୟ ପଦାକୁ ଆସିଥିଲା। ଟିକ୍‌ଟକ୍‌ ଷ୍ଟାର ଆଦିଲ ରାଜପୁତ ନିଜ ସ୍ତ୍ରୀ ଫରାହଙ୍କ ସହ ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରୁଥିଲେ। ଆଦିଲଙ୍କ ଟିକ୍‌ଟକ୍‌ରେ ୨୬ ଲକ୍ଷ ଫଲୋଅର୍ସ ଅଛନ୍ତି। ତେଣୁ ଆଦିଲଙ୍କ ନକଲି ମୃତ୍ୟୁ ଭିଡିଓ ଆସିବା ପରେ ତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା। ଆଦିଲଙ୍କ ଆକାଉଣ୍ଟରୁ ତାଙ୍କ ସ୍ତ୍ରୀ ନକଲି ମୃତ୍ୟୁ ଭିଡିଓ ଶେୟାର କରିଥିଲେ। ଭିଡିଓରେ ଫରାହ କାନ୍ଦି କାନ୍ଦି ସ୍ବାମୀଙ୍କ ମୃତ୍ୟୁ ଖବର ଜଣାଇଥିଲେ। ଏହାଦେଖିରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା। କିଛି ମସଜିଦ୍‌ରେ ମଧ୍ୟ ଆଦିଲଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଘୋଷଣା କରାଯାଇଥିଲା। ସମ୍ପର୍କୀୟ ଏବଂ ପ୍ରଶଂସକମାନେ ଘରେ ପହଞ୍ଚିବା ପରେ ସତ୍ୟ ପ୍ରକାଶ ପାଇଲା। ଏବେ ଲୋକେ ଫରାହଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରୁଛନ୍ତି।

Share