Categories: ଜାତୀୟ

ଏଲ୍‌ଓସିରେ ପାକିସ୍ତାନୀ ଯୁଦ୍ଧ ବିମାନ: ଆଲର୍ଟରେ ଭାରତୀୟ ସେନା

ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ବଢ଼ିଚାଲିଛି। ସୋମବାର ପୁଞ୍ଚ୍‌ ଜିଲାର ଢ଼ୋକରି ଅଞ୍ଚଳର ଡାଗଓ୍ବରଠାରେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଠାବ କରାଯାଇଛି। ସକାଳ ୭ଟା ୪୫ ସମୟରେ ଯୁଦ୍ଧ ବିମାନଟି ଉଡ଼ି ବୁଲୁଥିବା ଦେଖାଯାଇଥିଲା। ଏହାକୁ ନେଇ ଭାରତୀୟ ସେନା ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନୀ ଯୁଦ୍ଧ ବିମାନଟି ବାୟୁ ସୀମାକୁ ଉଲ୍ଲଂଘନ କରି ନ ଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ରବିବାର ଏକ ପାକିସ୍ତାନୀ ଡ୍ରୋନ୍‌ ଭାରତୀୟ ସୀମା ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା। ତେବେ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ଏହାକୁ ପଣ୍ଡ କରି ଦିଆଯାଇଥିଲା। ପରେ ପାକିସ୍ତାନୀ ଡ୍ରୋନ୍‌ ଫେରି ଯାଇଥିଲା।

Share