Categories: ଜାତୀୟ

ପବ୍‌ଜି ଖେଳ ଖେଳୁ ନୋଏଡା ଚାଲିଆସିଲେ ପାକ୍‌ ମହିଳା

ନୋଏଡା,୩।୭: ଗ୍ରେଟର ନୋଏଡାରେ ବେଆଇନ ଭାବେ ରହୁଥିବା ଜଣେ ପାକିସ୍ଥାନୀ ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଏଥିସହ ତାଙ୍କ ୪ ପିଲା ଏବେ ପୋଲିସ ହେପାଜତରେ ଅଛନ୍ତି। ପୋଲିସ ସୂଚନା ମୁତାବକ ସୀମା ଗୁଲାମ ହେଦର ଅନ୍‌ଲାଇନ୍‌ ଗେମ୍‌ ପବ୍‌ଜି ଜରିଆରେ ନୋଏଡାର ସଚିନଙ୍କ ସହ ପରିଚିତ ହୋଇଥିଲେ। ପବ୍‌ଜି ଖେଳରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଯାଇଥିଲା। ଗତ ଜୁନ୍‌ରେ ନେପାଳ ଦେଇ ସୀମା ତାଙ୍କ ୪ ପିଲାଙ୍କ ସହ ଉତ୍ତର ପ୍ରଦେଶରେ ପହଞ୍ଚତ୍ଥିଲେ। ସେଠାରୁ ବସ୍‌ ଯୋଗେ ସେ ଗ୍ରେଟର ନୋଏଡା ଆସିଥିବା ପୋଲିସ କହିଛି। କିଛିଦିନ ତଳେ ସୀମା ଓ ସଚିନ ଗ୍ରେଟର ନୋଏଡାର ରାବୁପୁରାରେ ନୂଆ ଘର ଭଡ଼ା ନେଇ ଏକାଠି ରହୁଥିଲେ। ପୋଲିସ ଘଟଣା ସମ୍ପର୍କରେ ଅବଗତ ହୋଇଥିବା ଜାଣିପାରି ସଚିନ, ସୀମା ଏବଂ ୪ ପିଲାଙ୍କୁ ନେଇ ଫେରାର୍‌ ହୋଇଯାଇଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି। ଘଟଣାର ତଦନ୍ତ ନେଇ ପୋଲିସ ଦୁହିଁଙ୍କୁ ପଚରାଉଚରା ଜାରି ରଖିଛି।

Share